କଣ୍ଡୋମ ବିଜ୍ଞାପନ ଉପରେ ସରକାରଙ୍କ ଅଙ୍କୁଶ ଲଗାଇବା ନେଇ ରାକ୍ଷୀ ସାଓ୍ଵାନ୍ତ କ’ଣ କହନ୍ତି

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଏକ ନୂତନ ନିୟମର ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କଣ୍ଡୋମ ବିଜ୍ଞାପନ ଟିଭିରେ ପ୍ରସାରଣ କରଯାଇ ପାରିବ ନାହିଁ। ତେବେ ସରକାରଙ୍କ ଏହି ଘୋଷଣା ଉପରେ କେତେକ ପ୍ରତିକ୍ରିୟା ରଖିଥିବା ବେଳେ କେହିକେହି ଏହାକୁ ସମର୍ଥନ ମଧ୍ୟ କରିଛନ୍ତି। ତେବେ ଏଭଳି ପ୍ରସଙ୍ଗକୁ ନେଇ ଆଇଟମ୍‌ ଗାର୍ଲ ତଥା ଅଭିନେତ୍ରୀ ଓ ରକ୍ଷୀ ସାଓ୍ଵନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରକାଶିତ ଖବର ଅନୁଯାୟୀ, ‘ରାକ୍ଷୀ ସାଓ୍ଵନ୍ତଙ୍କ ଖୁବ୍‌ ଶୀଘ୍ର ଏକ କଣ୍ଡୋମ ବିଜ୍ଞାପନ ଆସିବାର ଥିଲା। ତେବେ ରାକ୍ଷୀଙ୍କ ଏହି ବିଜ୍ଞାପନ ଟିଭିରେ ଆସିବା ପୂର୍ବରୁ ହିଁ ସରକାର କଣ୍ଡୋମ ବିଜ୍ଞାପନ ପ୍ରସାରଣ ସମୟ ଉପରେ ରୋକ ଲାଗାଇବା କଥା ଶୁଣିବା ମାତ୍ରେ ରାକ୍ଷୀ ରାଗି ଯାଇଥିଲେ । ଏବଂ କହିଥିଲେ ଗର୍ଭନିରୋଧ ସାମଗ୍ରୀ ଅପେକ୍ଷା କଣ୍ଡୋମ ବିଜ୍ଞାପନ ଅଧିକ ମାତ୍ରାରେ ପ୍ରସାରଣ କରିବା ଉଚିତ। ସମାଜରେ ଯୌନ ସୁରକ୍ଷା ଓ ଅନିଚ୍ଛା ଗର୍ଭଧାରଣକୁ ରୋକିବା ପାଇଁ କଣ୍ଡୋମ ବିଜ୍ଞାପନ ଉପରେ ଗୁରୁତ୍ୱ ଦେବା ଉଚିତ। ଏହାଦ୍ୱାରା ଲୋକମାନେ ସଚେତନ ହୋଇ ପାରିବେ ଓ ଏହାର ବ୍ୟବହାର କରିବେ। କଣ୍ଡୋମ ବ୍ୟବହାର ଦ୍ୱାରା ଲୋକମାନେ ଏଡସ୍‌ରୁ ଦୁରେଇ ରହି ପାରିବେ। ମୁଁ ସାମଜର ଲୋକମାନଙ୍କ ହିତ ପାଇଁ ଏହି ବିଜ୍ଞାପନ କରୁଛି।’

ଅନ୍ୟ ପକ୍ଷରେ ରକ୍ଷୀ ସରକାରଙ୍କ ଉପରେ ମଧ୍ୟ ଆଙ୍ଗୁଳି ଉଠାଇ କହିଛନ୍ତି, ‘ସରକାର ମୋର କଣ୍ଡୋମ ବିଜ୍ଞାପନ ଆସିବା ଜାଣିଗଲେ, ତେଣୁ ଏହାର ପ୍ରସାରଣର ସମୟ ଉପରେ ଅଙ୍କୁଶ ଲଗାଇ ଦେଇଛନ୍ତି। ପୂର୍ବରୁ ସରକାର ସନ୍ନି ଲିଓନ୍‌ ଓ ବିପାଶା ବସୁଙ୍କ କଣ୍ଡୋମ ବିଜ୍ଞାପନ ଉପରେ ତ ପ୍ରତିବନ୍ଧକ ଲାଗାଇ ନଥିଲେ, ଯେମିତି ହିଁ ଜାଣିଲେ ମୁଁ କଣ୍ଡୋମ ବିଜ୍ଞାପନରେ ଆସୁଛି ଦିନ ସମୟରେ ଏହାର ପ୍ରସାରଣ ବନ୍ଦ କରିଦେଲେ। କ’ଣ ସରକାର ମୋତେ ଭୟ କରୁଛନ୍ତି? ସରକାର ଦିନରେ ଏହି ବଜ୍ଞାପନ ପ୍ରସାରଣ ବନ୍ଦ କରି ଲୋକଙ୍କୁ କ’ଣ ସୂଚନା ଦେବାକୁ ଚାହାନ୍ତି?

ଯଦି ଭାରତରେ କଣ୍ଡୋମ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲାଗାଯାଇଛି ତେବେ ଏଡସ୍‌ ଭୟ ବୃଦ୍ଧି ପାଇବାରେ ଲାଗିବ। ଯୁବପିଢ଼ି କଣ୍ଡୋମ ସମ୍ପର୍କରେ ଅବଗତ ହୋଇ ପାରିବେ ନାହିଁ। କ’ଣ ସରକାର ଚାହୁଁଛନ୍ତି ଏଡସ୍‌ ସଂଖ୍ୟା ବୃଦ୍ଧି ପାଉ ବୋଲି? ଯଦି ସରକାରଙ୍କୁ ଲାଗୁଛି ଏଭଳି ବିଜ୍ଞାପନ ସଠିକ୍‌ ନୁହେଁ ତେବେ ସେନ୍‌ସର କରି ପାରନ୍ତି ! ନଚେତ ଏଡିଟ୍‌ ବି ତ କରି ହେବ ବୋଲି ରକ୍ଷୀ କହନ୍ତି।

(ସୌଜନ୍ୟ-ଜି ନିଉଜ୍‌)

ସମ୍ବନ୍ଧିତ ଖବର