ସଲମାନଙ୍କ ସହ ବିଗ୍‌ବସ୍‌-୧୩ରେ ନଜର ଆସିବେ ରାକ୍ଷୀ, ଭିଡିଓ ସେୟାର କରି ଦେଲେ ସୂଚନା 

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ଅନେକ ବିବାଦୀୟ କାରଣ ପାଇଁ ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବାହକୁ ନେଇ ହେଉ ବା କୌଣସି ବିଷୟକୁ ନେଇ ନିଜର ମତ ଦେବା ହେଉ, ତାଙ୍କର ପ୍ରତିଟି ଶବ୍ଦ ବିବାଦ ଆରମ୍ଭ କରିଥାଏ । ଏବେ ସେ କରିଥିବା ଖୁଲାସା ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖୁବ୍‌ ଶୀଘ୍ର ସେ ବିଗ୍‌ବସ୍‌-୧୩ରେ ନଜର ଆସିବେ ବୋଲି ଭିଡିଓ ସେୟାର କରି କହିଛନ୍ତି ।

Image result for rakhi-sawant and salman khan
Amar Ujala

ଭିଡିଓରେ ରାକ୍ଷୀ କହିଛନ୍ତି, ଆପଣମାନଙ୍କ ପାଇଁ ଏକ ଭଲ ଖବର । ମୁଁ ମୋ ଛପନ ଛୋରି ଗୀତରେ ବିଗ୍‌ବସ୍‌-୧୩ର ଓପନିଂ ଡ୍ୟାନ୍ସ କରିବି । ଏହାଠାରୁ ବଡ଼ ଖବର କିଛି ହୋଇ ପାରେନା। ମାତେ ସମର୍ଥନ କରିଥିବାରୁ ଧନ୍ୟବାଦ୍‌ ସଲମାନ, ଧନ୍ୟବାଦ୍‌ ବିଗ୍‌ବସ୍‌, ଧନ୍ୟବାଦ୍‌ କଲର୍ସ ଟିଭି । ମୁଁ ମୋର ଛପନ ଛୋରି ଗୀତରେ ସଲମାନଙ୍କ ସହ ନୃତ୍ୟ କରିବି । ପୂର୍ବରୁ ଅନେକ ସିଜିନ୍‌ରେ ମୁଁ ସଲମାନଙ୍କ ସହ ନୃତ୍ୟ ପ୍ରଦର୍ଶନ କରିଛି । ଏହି ସିଜିନ୍‌ ପାଇଁ ମୁଁ ସଲମାନଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବାକୁ ଚାହୁଁଥିବା କଥା କହିଥିଲି । ଯାହା ପରେ ସେ ସହମତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର