ଏମାନଙ୍କ ସହ  ରାକ୍ଷୀଙ୍କର ଆଫେଆର୍‌ ଥିଲା ବୋଲି କୁହାଯାଏ !

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ରାକ୍ଷୀ ଗୁଲଜାର ଏଯାବତ୍‌ ୭୦ରୁ ଅଧିକ ସିନେମାରେ ଅଭିନୟ କରି ଚର୍ଚ୍ଚିତା ହୋଇଛନ୍ତି।  ସେ କମ୍‌ ବୟସରେ ବିବାହ କରିଥିଲେ । ପ୍ରଥମ ବିବାହ ଅସଫଳ ହୋପରେ ରାକ୍ଷୀ ବମ୍ବେ ଆସି ସଂଘର୍ଷ କରିଲେ । ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ ଶର୍ମିଲୀ ’ । ଏଥିରେ ଶଶୀ କପୁର ଥିଲେ ତାଙ୍କର  ନାୟକ । ଏହି ସିନେମାରେ ରାକ୍ଷୀ ଉତ୍ତେଜକ  ଦୃଶ୍ୟ ଦେଇ ବେଶ୍‌  ଚର୍ଚ୍ଚାର ବିଷୟ ହୋଇଥିଲେ ।  ପ୍ରଥମ ସିନେମାରେ ତାଙ୍କୁ ମିଳିଥିଲା ଦ୍ୱୈତ ଭୂମିକା ।

photo–youtube

ଏହି ସମୟରେ ସେ ପ୍ରଖ୍ୟାତ ଲେଖକ ଗୀତିକାର-ନିର୍ଦ୍ଦେଶକ ଗୁଲଜାରଙ୍କୁ  ଦ୍ୱିତୀୟ ବିବାହ କରିଥିଲେ । ପୁଣି ଦାମ୍ପତ୍ୟ ଜୀବନରେ  ଉପୁଜିଲା ଦ୍ୱନ୍ଦ୍ୱ । ରାକ୍ଷୀ ଓ ଗୁଲଜାରଙ୍କ ମଧ୍ୟରେ  ମଧ୍ୟ ବିଭେଦ ବଢ଼ିଲା ଏବଂ ସେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେଲା । ତେବେ ଗୁଲଜାରଙ୍କ ଔରସରୁ ରାକ୍ଷୀଙ୍କର ଗୋଟିଏ  ଝିଅ ଥିଲେ,ଯାହାଙ୍କ ନାଆଁ ହେଲା ମେଘନା ଗୁଲଜାର୍‌, ଯିଏ କି ପରବର୍ତ୍ତୀ ସମୟରେ ଜଣେ ନିର୍ଦ୍ଦେଶିକା ହୋଇଥିଲେ ।

ଏହାପରେ ରାକ୍ଷୀ ଆଉ ବିବାହ କରିନାହାଁନ୍ତି । କିନ୍ତୁ  ଗୁଲଜାରଙ୍କୁ ଛାଡ଼ିବାପରେ ରାକ୍ଷୀଙ୍କର ଆଫେଆର୍‌ ଚର୍ଚ୍ଚା ଥମି ନଥିଲା । ଅଭିନେତା ଦୀପକ ପରାଶର ଓ ବିଶିଷ୍ଟ ସାମ୍ବାଦିକ ପ୍ରୀତିଶ ନନ୍ଦୀଙ୍କ ସହିତ ରାକ୍ଷୀଙ୍କର ଆଫେଆର୍‌ ଥିବା କଥା ସେ ସମୟରେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । କିନ୍ତୁ ରାକ୍ଷୀ ଏସବୁକୁ ଗୁଜବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର