ଚନ୍ଦ୍ରବାବୁ ନାଇଡୁଙ୍କ ନକଲି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ରାମ୍‌ ଗୋପାଲ ବର୍ମାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ନକଲି ଫଟୋ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ନିଜ ଫେସବୁକ୍‌ ଆକଉଣ୍ଟରେ ରାମ ଗୋପାଳ ଏଭଳି ବିବାଦୀୟ ଫଟୋ ପୋଷ୍ଟ କରିବା ପରେ ଟିଡିପି କାର୍ଯ୍ୟକର୍ତ୍ତା ଦେବୀବାବୁ ଚୌଧୁରୀ ତଡେପଲ୍ଲୀ ଗୁଡେମ୍‌ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

indiatoday.in

ତାଙ୍କ କହିବା ଅନୁଯାୟୀ, ରାମ ଗୋପାଳ ବର୍ମା ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ନକଲି ଫଟୋ ପୋଷ୍ଟ କରି ସେ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିବା ନେଇ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ଯାହା ବିବାଦୀୟ ଏବଂ ଉତ୍ତେଜକ । ଯାହା ପାଇଁ ମୁଁ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଏ ନେଇ ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଯେ ପର୍ଯ୍ୟନ୍ତ ସମସ୍ତଙ୍କ ଆଗରେ ବର୍ମା ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ଷମା ନ ମାଗନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିବ ।

ସମ୍ବନ୍ଧିତ ଖବର