ଟ୍ରାଫିକ ପୁଲିସ ଜରିମାନା ଲଗାଇବା ପରେ ରାମଗୋପାଲ ବର୍ମା କହିଲେ; ମୁଁ ତୁମକୁ ଚୁମ୍ବନ ଦେବାକୁ ଚାହୁଁଛି

ହାଇଦ୍ରାବାଦ : ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା କୌଣସି ନା କୌଣସି କାରଣରୁ ବିବାଦରେ ରହିଥାନ୍ତି । ଏବେ ସେ ଯାତାୟାତ ନିୟମ ଭଙ୍ଗ କରିଥିବାରୁ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ବାଇକ୍‌ରେ ୩ଜଣ ବସି ବିନା ହେଲମେଟରେ ଯାଉଥିବାରୁ ଟ୍ରାଫିକ୍‌ ପୁଲିସ ତାଙ୍କ ଉପରେ ଜରିମାନା ଲଗାଇଥିଲେ । କିନ୍ତୁ ସେ ଏହାକୁ ନେଇ ଯେଉଁଭଳି ଭାବରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ପ୍ରଥମେ ରାମଗୋପଳ ବର୍ମା ବାଇକରେ ବସି ଯାଉଥିବାର ଭିଡିଓ ସେୟାର କରି, ପୁଲିସ କେଉଁଠି? ମୋତେ ଲାଗୁଛି ସବୁ ଥିଏଟର ଭିତରେ ବସି ଫିଲ୍ମ ଦେଖୁଛନ୍ତି ବୋଲି ଟୁଇଟ୍‌ କରିଥିଲେ । ରାମଗୋପଳଙ୍କ ଟୁଇଟ୍‌ ଦେଖି ହାଇଦ୍ରାବାଦର ପୁଲିସ ଏହାର ଜବାବରେ, ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାର ସୂଚନା ଦେବା ପାଇଁ ଧନ୍ୟବାଦ । ଆମେ ଆଶା କରୁଛୁ କି ଆପଣ ଟ୍ରାଫିକ ନିୟମକୁ ଦାୟିତ୍ୱ ସହକାରେ ପାଳନ କରିବେ ବୋଲି ଟୁଇଟ୍‌ କରିଥିଲେ । ଏ ନେଇ ରାମଗୋପଳଙ୍କ ଉପରେ ୧୩୦୦ଟଙ୍କାର ଜରିମାନା ମଧ୍ୟ ଲାଗିଥିବା ଜଣା ପଡ଼ିଛି ।

ତେବେ ହାଇଦ୍ରାବାଦ ଟ୍ରାଫିକ ପୁଲିସର ଟୁଇଟ୍‌ ଦେଖି, ମୁଁ ତୁମକୁ ଭଲପାଏ । ଏତେ ଭଲ କାମ କରୁଥିବାରୁ ମୁଁ ଆଗାମୀ ୩୯ ଦିନ ପର୍ଯ୍ୟନ୍ତ ତୁମକୁ ଚୁମ୍ବନ ଦେବାକୁ ଚାହେଁ । ଯଦି ମୋର କେହି ଦ୍ୱିତୀୟ ଝିଅ ଥାନ୍ତେ, ତେବେ ମୁଁ ତୁମକୁ ଜ୍ୱାଇଁ କରିଥାନ୍ତି ବୋଲି ଲେଖିଥିଲେ ରାମଗୋପଳ । ତେବେ ରାମଗୋପଳ ନିର୍ଦ୍ଦେଶକ ଅଜୟ ଭୂପତି ଓ ଅଗସ୍ତ୍ୟଙ୍କ ସହ ଗାଡ଼ିରେ ବସି ଫିଲ୍ମ ଆଇସ୍ମାର୍ଟ ଶଙ୍କର ଦେଖିବାକୁ ଥିଏଟରକୁ ଯାଉଥିଲେ ।

ସମ୍ବନ୍ଧିତ ଖବର