ଦୂରଦର୍ଶନ ତାଜା କଲା ପୁରୁଣା ଦିନର ସ୍ମୃତି: ଦର୍ଶକ ଦେଖିଲେ ‘ରାମାୟଣ’, ‘ମହାଭାରତ’କୁ ଅପେକ୍ଷା

ନୂଆଦିଲ୍ଲୀ : ଲକଡାଉନରେ ଥିବା ଦେଶବାସୀଙ୍କୁ ପୁରୁଣା ଦିନ ମନେପକାଇଛି ଦୂରଦର୍ଶନ। ଆଜି ସକାଳ ୯ଟାରୁ ୧୦ଟା ଯାଏଁ ଡିଡି ନ୍ୟାସନାଲରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ପ୍ରସ୍ତୁତ ‘ରାମାୟଣ’କୁ ଦେଖିଛନ୍ତି ଦର୍ଶକ। କେବଳ ସେତିକି ନୁହେଁ, ଆଜି ଡିଡି ଭାରତୀରେ ମଧ୍ୟାହ୍ଣ ୧୨ଟାରେ  ପ୍ରସାରିତ ହେବ ବି.ଆର.ଚୋପ୍ରାଙ୍କ ‘ମହାଭାରତ’। ଏହାକୁ ଅପେକ୍ଷା କରିଛନ୍ତି ବହୁ ଦର୍ଶକ।

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ବିଭିନ୍ନ ଉପାୟରେ ସମୟ ବିତାଉଛନ୍ତି। ମନୋରଞ୍ଜନ ଶିଳ୍ପ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହେବା ସହ ବର୍ତ୍ତମାନ କୌଣସି ନୂଆ ଚଳଚ୍ଚିତ୍ର ରିଲିଜ୍ ହେଉନାହିଁ କି କୌଣସି ଟିଭି ସୋ’ର ସୁଟିଂ ମଧ୍ୟ କରାଯାଉନାହିଁ। ଏଭଳି ପରିସ୍ଥିତିକୁ ଦେଖି ଗତକାଲି ବହୁ ଲୋକପ୍ରିୟ ଟେଲିଧାରାବାହିକ ରାମାୟଣ ଏବଂ ମହାଭାରତର ପୁନର୍ବାର ପ୍ରସାରଣ କରିବାକୁ ଦୂରଦର୍ଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ମାର୍ଚ୍ଚ ୨୮ତାରିଖଠାରୁ ଦୂରଦର୍ଶନରେ ପୁଣି ଥରେ ଲୋକ ରାମାୟଣ ଏବଂ ମହାଭାରତର ପ୍ରସାରଣ ଆରମ୍ଭ ହୋଇଛି। | ରାମାୟଣର ଗୋଟେ ଅଧ୍ୟାୟ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବା ସହ ଅନ୍ୟଟି ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବ | ସେହି ଭଳି ଭାବରେ ମହାଭାରତର ଗୋଟେ ଅଧ୍ୟାୟ ଦିନ ୧୨ଟାରେ ଥରେ ପ୍ରସାରିତ ହେବା ସହ ଅନ୍ୟଟି ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ ବୋଲି ପ୍ରସାର ଭରତୀ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି | |

ସମ୍ବନ୍ଧିତ ଖବର