‘ହାଉସଫୁଲ୍‌-୪’ରେ ନାନା ପାଟେକରଙ୍କ ସ୍ଥାନରେ ରାଣା ଦଗ୍ଗୁବଟି

ମୁମ୍ବାଇ: ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ଉପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ହାଉସଫୁଲ୍‌-୪ରୁ ଆଉଟ୍‌ ହୋଇଥିଲେ ନାନା। ଏହାପରେ ନାନାଙ୍କ ସ୍ଥାନରେ ଆଉ କେଉଁ କଳାକାରଙ୍କୁ ନିଆଯିବ ସେ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ନାନାଙ୍କ ସ୍ଥାନରେ ଅଭିନେତା ସଞ୍ଜୟ ଦତ୍ତ ବା ଅନୀଲ କପୁରଙ୍କୁ ନିଆଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ନାନାଙ୍କ ସ୍ଥାନରେ ହାଉସଫୁଲ୍‌-୪ରେ କେଉଁ ଅଭିନେତାଙ୍କୁ ନିଆଯାଇଛି ତାହା ଶୁଣିଲେ ଆପଣ ବି ବିସ୍ମିତ ହେବେ।

ହଁ ଏହ ଅଭିନେତାଜଣକ ହେଲେ ବାହୁବଲୀ ଫେମ୍‌ ରାଣା ଦଗ୍ଗୁବଟି। ସେ ବାହୁବଲୀରେ ଭଲ୍ଲାଲ ଦେବ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ। ଏହାପୂର୍ବରୁ ସେ ବେବି ଏବଂ ଦମ୍‌ ମାରୋ ଦମ୍‌ ଆଦି ହିନ୍ଦୀ ସିନେମାରେ ବି ନଜର ଆସିଥିଲେ।ହାଉସଫୁଲ୍‌-୪ରେ କାମ କରୁଥିବାରୁ ସେ ଖୁବ୍‌ ଖୁସି ବୋଲି କହିଛନ୍ତି ରାଣା । ଏଠାରେ ସୂଚନାଯୋଗ୍ୟ ଯେ ଏହି ଯୌନ ଶୋଷଣର ଘଟଣାର ଖୁଲାସା କରୁଥିବା ବେଳେ ଏହି ସୂଚୀରେ ସାମିଲ ହୋଇଥିଲେ ‘ହାଉସ୍ଫୁଲ୍-୪’ର ନିର୍ଦ୍ଦେଶକ ସାଜିଦ୍ ଖାନ୍ । ଏହା ପରେ ତାଙ୍କୁ ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର