ରଣବୀର-ଆଲିଆଙ୍କ ପ୍ରେମ ସଂପର୍କ ବିଷୟରେ ପ୍ରଥମରୁ ଜାଣିଥିଲେ ବୋଲି କହିଲେ ଏକ୍ସ-ଗର୍ଲଫ୍ରେଣ୍ଡ୍‌ !

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ରଣବୀର କପୁର୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପ୍ରେମ ସଂପର୍କ ବିଷୟରେ ଭଲା କିଏ ବା ନ ଜାଣେ? କାରଣ ଏକ ସମୟ ରହିଥିଲା, ଯେଉଁ ସମୟରେ କି ଉଭୟ ରଣବୀର-ଦୀପିକାଙ୍କ ପ୍ରେମ ସଂପର୍କ ସବୁଠୁଁ ଚର୍ଚ୍ଚିତ ଖବର ହୋଇଥିଲା। ଏଥିସହିତ ଏହି ଯୋଡ଼ି ସେତେବେଳେ ଏମିତି ପ୍ରେମ ସଂପର୍କରେ ଉବୁଟୁବୁ ହେଉଥିଲେ ଯେ,ଯେଉଁଥିପାଇଁ ସେମାନେ ଏକାଠି ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ।

ହେଲେ ପରେ ରଣବୀରଙ୍କ ଜୀବନକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଏଣ୍ଟ୍ରି ଯୋଗୁଁ ସେମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ରଣବୀର-ଦୀପିକା ଯୋଡ଼ି ପରସ୍ପରଠୁଁ ଅଲଗା ହୋଇଯାଇଥିଲେ । ହେଲେ ଏବେ ଅଭିନେତା ରଣବୀର୍‌ଙ୍କ ଜୀବନକୁ  ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରବେଶ ହୋଇଛି। ଏହି ଖବର ବର୍ତ୍ତମାନ ସମୟରେ ସବୁଠୁଁ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ,ଏଇ ନିକଟରେ ରଣବୀର କପୁର୍‌ ତାଙ୍କର ଓ ଆଲିଆଙ୍କ ପ୍ରେମ ସଂପର୍କକୁ ସ୍ୱୀକାର କରିଛନ୍ତି। ରଣବୀର୍‌ଙ୍କ ପୂର୍ବତନ ପ୍ରେମିକା ଗର୍ଲଫ୍ରେଣ୍ଡ୍‌ ଦୀପକା ପାଦୁକୋନ୍‌ କହିଛନ୍ତି ଯେ,ସେ ରଣବୀର୍‌-ଆଲିଆଙ୍କ ସଂପର୍କ ବିଷୟରେ ପୂର୍ବରୁ ହିଁ ଜାଣିଥିଲେ।


ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁ କି ଭଲରେ ହିଁ ଏବେ ରଣବୀର୍‌ ଓ ଦୀପିକା ପ୍ରେମ ସଂପର୍କରେ ନ ଥାଆନ୍ତୁ ପଛକେ ହେଲେ ସେମାନେ ଏବେ ବି ଦୁହେଁ ଦୁହିଁଙ୍କର ଭଲ ବନ୍ଧୁ ଥିବା ସହିତ ପ୍ରତ୍ୟେକଟି କଥାକୁ ନିଜ ନିଜ ମଧ୍ୟରେ ସେଆର୍‌ କରିବାକୁ ଭୁଲନ୍ତି ନାହିଁ।

ସମ୍ବନ୍ଧିତ ଖବର