ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସମ୍ଭାବିତ ବାହାଘରର ପୋଲ୍‌ ଖୋଲି ଦେଲେ କରଣ ଜୋହର୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ସବୁଠୁଁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ପ୍ରେମ ସଂପର୍କକୁ ଦେଖି ଲାଗୁଛି ଯେ ସେ ଦୁହେଁ ବିବାହ ବିନ୍ଧନରେ ଆବଦ୍ଧ ହେବେ। ହେଲେ ଏ ନେଇ ଦୁହେଁ ଏଯାଏଁ ମୁହଁ ଖୋଲି ନାହାନ୍ତି। ସତରେ ରଣବୀର ଏବଂ ଆଲିଆ ବାହା ହେବେ କି ନା ତାକୁ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ଜଣାଶୁଣା ନିର୍ମାତା- ନିର୍ଦ୍ଦେଶକ କରଣ ଜୋହର୍‌। କରଣ ତାଙ୍କର ଟକ୍‌ ସୋ’ କଲିଂଗ୍‌ କରଣ ସିଜିନ୍‌-୨ରେ ଅତିଥିଭାବେ ନିମନ୍ତ୍ରଣ କରିଥିଲେ । ଆଉ ରଣବୀର ବି ସେଥିରେ ଯୋଗ ଦେଇଥିଲେ।

ରଣବୀର କପୁର କରଣ ଜୋହରଙ୍କୁ ସେଥିରେ ଏକ ପ୍ରଶ୍ନ କରିଥିଲେ ଯେ ସେ ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ କି ପରାମର୍ଶ ଦେବାକୁ ଚାହାଁନ୍ତି। ଏହାର ଉତ୍ତରରେ କରଣ କହିଲେ ଯେ ସେ ଆଲିଆଙ୍କୁ କହିଛନ୍ତି ଯେ ରଣବୀର ସବୁଠାରୁ ଭଲ ସ୍ୱାମୀ ହେବେ। ସେ ତାଙ୍କୁ ଯେଉଁ ପରାମର୍ଶ ଦେବା କଥା ତାହା ଦେଇ ସାରିଛନ୍ତି ବୋଲି କହିଥିଲେ କରଣ ଜୋହର୍‌। ଏଥିରୁ ସ୍ପଷ୍ଟ ହୋଇଛି ଯେ ରଣବୀର କପୁର ଓ ଆଲିଆ ଭଟ୍ଟ ବାହା ହେବେ। ଆହୁରି ମଧ୍ୟ କୁହାଯାଉଛି ଯେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଶେଷ ହେବାପରେ ଉଭୟଙ୍କ ପିତାମାତା ଭେଟ ହୋଇ ବାହାଘରର ରୂପରେଖ ପ୍ରସ୍ତୁତ କରିବେ।

ଆଜିକାଲି ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁରଙ୍କ ସହିତ ଆଲିଆ ଭଟ୍ଟଙ୍କର ଆଫେଆର୍‌କୁ ନେଇ ଖୁବ୍‌ ସରଗରମ ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଅନେକ ଜାଗାରେ ଏକାଠି ବି ଦେଖିବାକୁ ମିଳୁଛି। ଆଗରୁ ଆଲିଆ ଭଟ୍ଟ ସିଦ୍ଧାର୍ଥ ମାଲହୋତ୍ରା ଓ ଅର୍ଜୁନ କପୁରଙ୍କୁ ବି ଡେଟ୍‌ କରୁଥିଲେ। ବିଶେଷ କରି ସିଦ୍ଧାର୍ଥଙ୍କ ସହିତ ଆଲିଆଙ୍କ ଆଫେଆର୍‌ ବଲିଉଡରେ ହଟ୍‌ ଟପିକ୍‌ ପାଲଟିଥିଲା।


ଏଣେ ଆଲିଆଙ୍କର ନୂଆ ଆଫେଆର୍‌ ପ୍ରସଙ୍ଗରେ ତାଙ୍କ ମାଆ ସୋନି ରାଜଦାନ୍‌ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ ଆଲିଆଙ୍କୁ ଏବେ ୨୬ ବର୍ଷ ବୟସ ହେଲାଣି। ଆଲିଆ ବଲିଉଡରେ ପ୍ରାୟ ସାତ ବର୍ଷ ହେବ କାମ କରିଲେଣି। ସେ ଜଣେ ପବ୍ଲିକ୍‌ ଫିଗର୍‌ । ଅନେକ ସମୟରେ କୋଷ୍ଟାରଙ୍କ ସହିତ ଲିଙ୍କ ଅପ୍‌ର ଉଡା ଖବର ଶୁଣିବାକୁ ମିଳେ। ଏ ବିଷୟରେ ସେ ଆଲିଆଙ୍କୁ କୌଣସି ପରାମର୍ଶ ଦେବାକୁ ଚାହାଁନ୍ତି ନାହିଁ ।

ସମ୍ବନ୍ଧିତ ଖବର