ଡେରି ହେବ ରଣବୀର-ଦୀପିକାଙ୍କ ବାହାଘର, ଜାଣନ୍ତୁ ଏହାର କାରଣ କ’ଣ

ମୁମ୍ବାଇ: ବେଶ୍‌ କିଛି ଦିନ ହେବ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହ ଓ ନାୟିକା ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ ଧରିଛି। ରଣବୀର ଓ ଦୀପିକାଙ୍କ ବାହାଘର ଚଳିତ ବର୍ଷ ନଭେମ୍ବର ୧୮-୧୯ରେ ହେବ ବୋଲି ଆପତତଃ ସ୍ଥିରୀକୃତ ହୋଇଥିଲା।
କିନ୍ତୁ ଏବେ ଯେଉଁ ଖବର ମିଳିଛି,ତାହା ଅନୁଯାୟୀ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ବାହାଘର ତାରିଖ ବଦଳିଯିବ। ଏମାନଙ୍କ ବାହାଘର ଏ ବର୍ଷ ଆଉ ସମ୍ଭବ ନୁହେଁ।ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ,ଏମିତି କ’ଣ ହେଲା ଯେ ଏହି ପ୍ରେମୀଯୁଗଳଙ୍କର ବାହାଘର ଡେରି ହେବ !

photo-india today

ହଁ ରଣବୀର ସିଂହଙ୍କ ଆଈଙ୍କର ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ରଣବୀରଙ୍କ ଆଈଙ୍କୁ ଦୀପିକା ପାଦୁକୋନ୍‌ ବି ଭେଟିଥବଲେ। ଦୀପିକାଙ୍କୁ ଦେଖି ରଣବୀରଙ୍କ ଆଈ ମଧ୍ୟ ଖୁବ୍‌ ଖୁସି ହୋଇଯାଇଥିଲେ।
ରଣବୀର ସିଂହ ନିଜ ଆଈଙ୍କୁ ବହୁତ ଭଲ ପାଉଥିଲେ। ପିଲାଦିନେ ଥରେ ସେ ‘ହମ୍‌’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ‘ଜୁମ୍ମା ଚୁମ୍ମା ଦେ ଦେ….’ଗୀତର ତାଳେ ତାଳେ ନାଚିଥିଲେ। ଏହି ନାଚ ଦେଖି ରଣବୀର ଜଣେ ଅଭିନେତା ହେଲେ ସେ ସବୁଠାରୁ ବେଶି ବେଶି ଖୁସି ହେବେ ବୋଲି କହିଥିଲେ ଆଇ।ପ୍ରକାରାନ୍ତରେ କହିବାକୁ ଗଲେ ରଣବୀରଙ୍କ ଆଇ ଚାହୁଁଥିଲେ ଯେ ନାତି ଜଣେ ବଡ଼ ଅଭିନେତା ହେଉ। ରଣବୀର ସିଂହ ଆଈଙ୍କର ଇଛା ପୂରଣ କରିଥିଲେ।

ସମ୍ବନ୍ଧିତ ଖବର