ଜୁନ୍‌ ମାସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ଆଲିଆ-ରଣବୀର, ପରିବାରର ଏହି ସଦସ୍ୟଙ୍କ କଥା ମାନି ନିର୍ବନ୍ଧ ପାଇଁ ରାଜି ହେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରାୟ ବର୍ଷେ ହେଲାଣି ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି । ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଆରମ୍ଭ ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା କଥା ଚର୍ଚ୍ଚା ହୋଇଥିଲା । ପରେ ପରେ ଦୁହିଁଙ୍କ ସଂପର୍କକୁ ପରିବାରର ସ୍ୱୀକୃତି ମିଳିବା ସହ ଏବେ ଦୁହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣା ପଡ଼ିଛି ।

The Live Mirror

ମିଳିଥିବା ସୂଚନା ଅନୁଯାୟୀ, ଦୁହେଁ ଆସନ୍ତା ଜୁନ୍‌ ମାସରେ ନିର୍ବନ୍ଧ କରିବେ ବୋଲି ଜଣା ପଡ଼ିଥିବା ବେଳେ ରଣବୀର ନିଜ ମା’ ନୀତୁ କପୁରଙ୍କ କଥା ମାନି ଏଭଳି ନିଷ୍ପତ୍ତିି ନେଇଥିବା ସାମ୍ନାକୁ ଆସିଛି । କିଛି ଦିନ ତଳେ ରଣବୀରଙ୍କ ଭଉଣୀ ଦୁହିଁଙ୍କୁ ଏଆର୍‌ ଲେଖାଥିବା ଦୁଇଟି ମୁଦି ଉପହାରରେ ଦେଇଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁହେଁ ନିର୍ବନ୍ଧ କରିବା ନେଇ ଖବର ମିଳିବା ପରେ ଦୁହିଁଙ୍କ ପ୍ରଶଂସକ ଖୁବ୍‌ ଉତ୍ସାହିତ ହୋଇ ଉଠିଥିବା ଦେଖା ଯାଇଛି । ଜୁନ୍‌ ମାସରେ ଦୁହେଁ ବିବାହ କରିବେ ବୋଲି ଖବର ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ତାରିଖ ସାମ୍ନାକୁ ଆସି ପାରି ନାହିଁ ।

ସମ୍ବନ୍ଧିତ ଖବର