ସାମ୍ନାକୁ ଆସିଲା ବଡ଼ ଖବର, ଜନ୍ମଦିନରେ ରଣବୀର-ଆଲିଆଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ପୂର୍ବରୁ ଦୀପିକା-ରଣବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ କଥା ସାମ୍ନାକୁ ଆସିଥିବା ବେଳେ ଏବେ ରଣବୀର ଏବଂ ଆଲିଆ ସମସ୍ତଙ୍କଠାରୁ ଲୁଚି ନିଜ ପରିବାର ଆଗରେ ନିର୍ବନ୍ଧ କରି ନେଇଥିବା ଜଣା ପଡ଼ିଛି । ଏବେ କପୁର ଏବଂ ଭଟ୍ଟ ପରିବାର ଏକ ନୂଆ ସଂପର୍କରେ ବାନ୍ଧି ହେବାକୁ ଯାଉଥିବାର ଖବର ମିଳିଥିବା ବେଳେ ଦୁହେଁ ରଣବୀରଙ୍କ ଜନ୍ମଦିନରେ ନିର୍ବନ୍ଧ କରି ନେଇଥିବା ସୂଚନା ମିଳିଛି । କିନ୍ତୁ ଏ ନେଇ କପୁର ଏବଂ ଭଟ୍ଟ ପରିବାର ତରଫରୁ ଅଧିକାରୀକ ଭାବରେ କୌଣସି ଘୋଷଣା କରାଯାଇ ନଥିବାରୁ ନିର୍ବନ୍ଧ ଖବରକୁ ନେଇ ସ୍ପଷ୍ଟୀକରଣ ମିଳିପାରି ନାହିଁ ।

Deccan Chronicle

ସୂଚନା ମୁତାବକ, ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଆରମ୍ଭ ହେବା ପରଠାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଏହି ଫିଲ୍ମ ପରଠାରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଲୋକମାନେ ଚର୍ଚ୍ଚା କରିବା ପରେ ଦୁହିଁଙ୍କ ସଂପର୍କକୁ ନେଇ କଥା ଆଗକୁ ବଢ଼ିଥିଲା । ଦିନକୁ ଦିନ ବଢ଼ୁଥିବା ଭଲ ପାଇବାକୁ ଦେଖି ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର