ଫିଲ୍ମ ‘ସଞ୍ଜୁ’ ଦେଖିବା ପରେ ରଣବୀରଙ୍କୁ ନେଇ ଏଭଳି ମତ ରଖିଲେ ପ୍ରେମିକା ଆଲିଆ ଭଟ୍ଟ
ମୁମ୍ବାଇ: ଗତକାଲି ରିଲିଜ୍ ହୋଇଥିଲା ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ସଞ୍ଜୁ’ । ରିଲିଜ୍ ପରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବ୍ୟକ୍ତଗତ ଜୀବନର କିଛି ଜଣାଅଜଣା କଥା ଜାଣିବାକୁ ସିନେମା ଘରେ ଦର୍ଶକଙ୍କ ଧାଡ଼ି ଲାଗିଥିବା ବେଳେ ସାରା ଦେଶରେ ଏହା ହିଟ୍ ସାବ୍ୟସ୍ତ ହୋଇଛି । ସମସ୍ତଙ୍କ ମୁହଁରୁ ଏବେ ଫିଲ୍ମ ‘ସଞ୍ଜୁ’କୁ ନେଇ ପ୍ରଶଂସା । ଦର୍ଶକଙ୍କଠାରୁ ଆରମ୍ଭ କରି କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଖାସ୍ କରି ରଣବୀରଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ବଲିଉଡ଼୍ର ସବୁ କଳାକାର ଏହାକୁ ପସନ୍ଦ କରିଥିବା ବେଳେ ରଣବୀର କପୁରଙ୍କ କଥିତ ପ୍ରେମିକା ଅଭିନେତ୍ରୀ ଆଲିଆ ଭଟ୍ଟ ଏ ନେଇ ନିଜର ମତ ରଖିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଫିଲ୍ମର ସ୍କ୍ରିନିଙ୍ଗ ରଖା ଯାଇଥିବା ବେଳେ ଫିଲ୍ମ ଦେଖି ସାରିବା ପରେ ରଣବୀରଙ୍କ ପ୍ରଶଂସା କରିବାରେ ଥକି ନଥିଲେ ଆଲିଆ । ଫିଲ୍ମଟି ବହୁତ ଭଲ ହୋଇଛି । ଏହି ଫିଲ୍ମରେ ରଣବୀରଙ୍କ ଅଭିନୟ ମୋତେ ବହୁତ ବହୁତ ପସନ୍ଦ ଆସିଛି । ମୋର ଟପ୍-୧୦ ଭଲ ଚଳଚ୍ଚିତ୍ର ସୂଚୀରେ ଏହି ଫିଲ୍ମ ପୂରା ଉପରେ ରହିବ ବୋଲି ଆଲିଆ କହିଥିଲେ । ଏହା ସହ ଫିଲ୍ମରେ ଥିବା ସବୁ କଳାକାର ନିଜ ନିଜର ଚରିତ୍ର ବହୁତ ଭଲ ଭାବରେ ପ୍ରତିପାଦନ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କର ମୁଁ ବହୁତ ବଡ଼ ପ୍ରଶଂସକ । ତାଙ୍କର ଯାହା ବି ଫିଲ୍ମ ଆମେ ସବୁ ବକ୍ସ ଅଫିସରେ ହିଟ୍ ହେବା ସହ ତାଙ୍କର ଫିଲ୍ମ ନିର୍ମାଣ କରିବାର ଶୈଳୀ ମୋତେ ବହୁତ ଭଲ ଲାଗେ” ବୋଲି ଆଲିଆ ନିଜର ମତ ରଖିଥିଲେ ।
ସୂଚନା ମୁତାବକ,ଫିଲ୍ମ ‘ସଞ୍ଜୁ’ ପରେ ରଣବୀର ନିଜର ଆଗାମୀ ଫିଲ୍ମ ‘ବ୍ରାହ୍ମାସ୍ତ୍ର’ ପାଇଁ ବ୍ୟସ୍ତ ଥିବା ଜଣାପଡ଼ିଛି । ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଆଲିଆ ଭଟ୍ଟ ଥିବା ବେଳେ ଦୁହିଁଙ୍କ ପ୍ରେମ ସଂପର୍କ ଏହି ଫିଲ୍ମରୁ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି ।