ଖରାପ ପିଲାଙ୍କ ସହ ସାଙ୍ଗ ହୋଇ ମୁଁ କଲେଜରେ ପଢ଼ୁଥିବା ସମୟରେ ଡ୍ରଗ୍ସ ନେବା ଆରମ୍ଭ କରିଥିଲି : ରଣବୀର କପୁର

0 854

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’ ରିଲିଜ୍‌ ହେବା ପରେ ଏବେ ସମସ୍ତଙ୍କ ମୁହଁରେ ରଣବୀରଙ୍କ ପ୍ରଶଂସା । ଏମିତି କି କେବେ ପ୍ରଶଂସା କରୁ ନଥିବା ତାଙ୍କ ବାପା ମଧ୍ୟ ରଣବୀରଙ୍କୁ ପ୍ରଶଂସା କରି ଏଭଳି କାମ ଆଗକୁ କରିବା ପାଇଁ କହିଥିଲେ । ପରଦା ଉପରେ ସଞ୍ଜୁ ବାବାଙ୍କ ଚରିତ୍ର ଉପସ୍ଥାପନ କରିବା ରଣବୀରଙ୍କ ପାଇଁ ଯେତେ କଷ୍ଟ ହୋଇଥିଲା ତା’ର ଫଳ ଏବେ ରଣବୀରଙ୍କୁ ମିଳିଛି ବୋଲି ସମସ୍ତେ କହିବା ଆରମ୍ଭ କରିଛନ୍ତି । ପରଦା ଉପରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନରେ ଘଟିଥିବା ସତ ଘଟଣାକୁ ଦେଖାଇଥିବା ରଣବୀର ନିଜ ସହ ଜଡ଼ିତ କିଛି କଥାର ଖୁଲାସା କରିଛନ୍ତି । କଲେଜରେ ସେ ଖରାପ ସାଙ୍ଗମାନଙ୍କ କଥାରେ ପଡ଼ି ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ବୋଲି ସମସ୍ତଙ୍କୁ ଜଣାଇଛନ୍ତି । ପ୍ରଥମେ ପ୍ରଥମେ ଏହା ଭଲ ଲାଗିଥିବା ବେଳେ ପରେ ଏହା ମୋର ଅଭ୍ୟାସ ପାଲଟି ଯାଇଥିଲା ।

The Indian Express

କିନ୍ତୁ ଏହାକୁ ନେଇ ଭବିଷ୍ୟତରେ ମୁଁ କିଛି କରି ପାରିବି ନାହିଁ ବୋଲି ଜାଣି ଧିରେ ଧିରେ ଡ୍ରଗ୍ସ ନେବା ବନ୍ଦ କରିଥିଲି । ମୋ ହିସାବରେ ଫିଲ୍ମ ସଞ୍ଜୁ ଛୋଟ ପିଲା ଏବଂ ଯୁବପିଢ଼ିଙ୍କୁ ଉଚିତ୍‌ ଶିକ୍ଷା ଦେବ । ଡ୍ରଗ୍ସ ନେବା ପରେ ପୂରା ଜୀବନ କିପରି ନଷ୍ଟ ହୋଇ ଯାଇଥାଏ । ସେ ବିଷୟରେ ସମସ୍ତେ ଏହି ଫିଲ୍ମ ଦେଖି ଜାଣି ପାରିବେ ବୋଲି ରଣବୀର କହିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.