ପ୍ରଥମେ ଏହି ଦୁଇ ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି କହିଲେ ରଣବୀର, ପରେ ଯେଉଁ ଅଭିନେତ୍ରୀଙ୍କୁ ନେବା ପାଇଁ କହିଲେ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ରେ ଏବେ ଦୀପ୍‌-ବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା ରଣବୀର କପୁର ନିଜର ଆଗାମୀ ଫିଲ୍ମ ପାଇଁ ଏବେ ଅଭିନେତ୍ରୀ ଖୋଜୁଥିବା ବେଳେ ଚିନ୍ତାରେ ପଡ଼ିଗଲେଣି ନିର୍ଦ୍ଦେଶକ ଲଭ ରଞ୍ଜନ । ପ୍ରଥମେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ନୁସ୍‌ରତ ଭାରୁଚାଙ୍କ ନାଁ ଆସିଥିବା ବେଳେ ରଣବୀର ତାଙ୍କ ସହ କାମ କରିବା ପାଇଁ ମନା କରି ଦେଇଥିଲେ । ସେ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି କହି ଲଭ ରଞ୍ଜନଙ୍କୁ ନୁସ୍‌ରତ୍‌ଙ୍କ ନାଁ କାଟିବା ପାଇଁ କହିଥିଲେ । ପରେ ଏ ନେଇ ଆଲିଆଙ୍କ ନାଁ ଉଠିଥିବା ବେଳେ ସେ ବ୍ୟସ୍ତ ଥିବାରୁ ଏହି ଫିଲ୍ମଟି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ଙ୍କୁ ଅଫର କରାଯାଇଥିଲା । କିନ୍ତୁ ସେଠି ମଧ୍ୟ ରଣବୀରଙ୍କ ମନ ମାନି ନଥିଲା ।

Mid-Day

ଏବେ ଆସିଥିବା ତାଜା ଖବର ଅନୁଯାୟୀ, ରଣବୀରଙ୍କ ଆଗାମୀ ଫିଲ୍ମ ପାଇଁ ଦୀପିକା ପାଦୁକୋନଙ୍କୁ ଅଫର ଦିଆଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଦୀପିକାଙ୍କୁ ଫିଲ୍ମରେ ନେବା ପାଇଁ ରଣବୀର ହିଁ ନିର୍ଦ୍ଦେଶକଙ୍କୁ କହିଥିଲେ । ପ୍ରଥମେ ନିର୍ଦ୍ଦେଶକ ଲଭ ରଞ୍ଜନ ଦୀପିକାଙ୍କ ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପରେ ସେ ଦୀପିକାଙ୍କ ପାଖରେ ସ୍କ୍ରିପ୍ଟ ନେଇ ପହଞ୍ଚିଥିଲେ । ଦୀପିକା ସ୍କ୍ରିପ୍ଟଟି ପଢ଼ି ସାରିଥିଲେ ମଧ୍ୟ ନିଜର ଅନ୍ତିମ ରାୟ ଦେଇ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର