ଏହି ଅଭିନେତାଙ୍କ ଠାରୁ ଇନ୍‌ଷ୍ଟାଗ୍ରାମ୍ ଚଲାଇବା ଶିଖିଥିଲେ କ୍ୟାଟ୍ରିନା

ମୁମ୍ବାଇ : ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ପ୍ରଥମେ କାହାଠାରୁ ଇନ୍‌ଷ୍ଟାଗ୍ରାମ ଚଳାଇବା ଶିଖିଥିଲେ, ତାହା ଏବେ ସାମ୍ନାକୁ ଆସିଛି । ଅଭିନେତା ତଥା ପ୍ରଯୋଜକ ଅର୍‌ବାଜ ଖାନ୍‌ଙ୍କ ସୋ’ ‘ପିଞ୍ଚ’କୁ ଆସି କ୍ୟାଟ୍ରିନା ନିଜର ଅନେକ ବ୍ୟକ୍ତିଗତ କଥା ସମସ୍ତଙ୍କୁ ଜଣାଇଥିଲେ । ପ୍ରଥମେ ତାଙ୍କୁ ତାଙ୍କର ପୂର୍ବ ପ୍ରେମିକ ରଣବୀର କପୁର ଇନ୍‌ଷ୍ଟାଗ୍ରାମ ଚଳାଇବା ଶିଖାଇଥିଲେ ବୋଲି କ୍ୟାଟ୍ରିନା କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହା ସହ ରଣବୀରଙ୍କର ଇନ୍‌ଷ୍ଟା ଆକାଉଣ୍ଟରେ ଅନ୍ୟ ନାଁରେ ଆକାଉଣ୍ଟ ଥିବା କଥା ମଧ୍ୟ କହିଥିଲେ କ୍ୟାଟ୍ରିନା ।

ସୂଚନା ମୁତାବକ, ଜୁନ୍‌ରେ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ଭାରତ’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି କ୍ୟାଟ୍ରିନା । ଫିଲ୍ମର ପ୍ରମୋସନ ପାଇଁ ଅର୍‌ବାଜ ଖାନ୍‌ଙ୍କ ସୋ’ରେ ପହଞ୍ଚିଥିବା ବେଳେ ରଣବୀର ଏବଂ ନିଜ ଜୀବନକୁ ନେଇ ସେ ଅନେକ ରାଜର ଖୁଲାସା କରିଥିଲେ ।

ସମ୍ବନ୍ଧିତ ଖବର