ଏହି କାରଣରୁ ରଣବୀର କପୁର ଛାଡିଥିଲେ ମହିଳା ନିର୍ଦ୍ଦେଶକଙ୍କ ଦୁଇଟି ସିନେମା !

ମୁମ୍ବାଇ: ରଣବୀର କପୁର କେତୋଟି ସିନେମା ଛାଡି ଅନେକଙ୍କୁ ବିସ୍ମିତ କରିଛନ୍ତି। ଏଥିମଧ୍ୟରୁ ଦୁଇଟି ସିନେମା ହେଲା ପ୍ରଖ୍ୟାତ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ । ଆସନ୍ତୁ ଜାଣିବା କ’ଣପାଇଁ ଏମିତି ଘଟିଥିଲା। ଜୋୟା ଅଖତରଙ୍କ ‘ଦିଲ୍‌ ଧଡକ୍‌ନେ ଦୋ’ର ଅଫର୍‌କୁ ପ୍ରତ୍ୟାଖାନ କରିଥିଲେ ରଣବୀର କପୁର। ଜୋୟା ଅଖତର୍‌ ପ୍ରଥମେ ରିଅଲ୍‌ ଭାଇ-ଭଉଣୀ ରଣବୀର କପୁର ଓ କରୀନା କପୁରଙ୍କୁ ନେଇ ‘ଦିଲ୍‌ ଧଡକ୍‌ନେ ଦୋ’ନିର୍ମାଣ କରିବାକୁ ଚାହୁଁଥିଲେ।

ଏଥିଲାଗି ଜୋୟା ଉଭୟ ରଣବୀର ଓ କରୀନାଙ୍କୁ ଅଫର୍‌ ଦେଇଥିଲେ। କରିନା ରାଜି ଥିଲେ,ହେଲେ ରଣବୀର କପୁର ମନା କରିଥିଲେ।ଏଣୁ କରିନା କପୁର ଖାନ୍‌ଙ୍କ ହାତରୁ ବି ‘ଦିଲ୍‌ ଧଡକ୍‌ନେ ଦୋ’ ଖସିଗଲା।


ତା’ପରେ ଜୋୟା ରଣବୀର ସିଂହ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇଥିଲେ ‘ଦିଲ୍‌ ଧଡକ୍‌ନେ ଦୋ’ରେ। ଠିକ୍‌ ସେହିପରି ମହିଳା ନିର୍ଦ୍ଦେଶକ ଜୋୟା ଅଖତର୍‌ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଲିବୟ’ପାଇଁ ବି ରଣବୀର କପୁରଙ୍କୁ ଆପ୍ରୋଚ୍‌ କରିଥିଲେ। ହେଲେ ବାରମ୍ବାର ଗାୟକ ଭୂମିକା ନିଭାଇ ବିରକ୍ତ ହୋଇଥିବା ରଣବୀର କପୁର ସେହି ଫିଲ୍ମକୁ ନା କରିଲେ। ପରେ ସେହି ଭୂମିକାଟି ମଧ୍ୟ ରଣବୀର ସିଂହଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର