୧୫ବର୍ଷ ବୟସରେ ଏକ ଖରାପ ଅଭ୍ୟାସର ଶିକାର ଥିଲେ ରଣବୀର; ଚିକିତ୍ସା ପାଇଁ ନେଉଥିଲେ କାନରେ ଇଞ୍ଜେକ୍ସନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ର ଚକୋଲେଟ୍‌ ବଏ ରଣବୀର କପୁର । ଫିଲ୍ମର ଟ୍ରେଲର ରିଲିଜ ପରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କ ଚରିତ୍ରକୁ କେତେ ନିଖୁଣ ଭାବେ ଚିତ୍ରଣ କରିଛନ୍ତି ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି। ଟ୍ରେଲର ରିଲିଜ ପରେ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ରଣବୀର କପୁର । ପ୍ରମୋସନ ସମୟରେ ସେ ନିଜ ଜୀବନର କିଛି ଅକୁହା କଥା ସମସ୍ତଙ୍କୁ ଜଣାଇଛନ୍ତି । ୧୫ବର୍ଷ ବୟସରେ ସେ ଏକ ଖରାପ ଅଭ୍ୟାସର ଶିକାର ହୋଇଥିଲେ ବୋଲିି କହିଛନ୍ତି। ଏଥିପାଇଁ ତାଙ୍କୁ କାନରେ ଇଞ୍ଜେକ୍ସନ୍‌ ନେବାକୁ ପଡ଼ୁଥିଲା ।

NewsX IND

ରଣବୀର ୧୫ବର୍ଷ ବୟସରେ ହୋଇଥିବା ବେଳେ ସିଗାରେଟ୍‌ ପିଇବା ଆରମ୍ଭ କରିଥିଲେ । ଯାହା ପରେ ତାଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ଯେତେ ଚେଷ୍ଟା କରି ବି ସେ ନିଜ ଅଭ୍ୟାସକୁ ଛାଡ଼ି ପାରି ନଥିଲେ । ସବୁ ଚେଷ୍ଟା ବିଫଳ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଅଷ୍ଟ୍ରିଆ ନିଆ ଯାଇଥିଲା । ଏ ଅଭ୍ୟାସକୁ ଛଡ଼ାଇବା ପାଇଁ ଡ଼ାକ୍ତର ତାଙ୍କ କାନରେ ଇଞ୍ଜେକ୍ସନ ଦେଉଥିଲେ । କିଛି ଦିନ ସେଠି ରହିବା ପରେ ତାଙ୍କ ଅଭ୍ୟାସ ବଦଳି ଯାଇଥିଲା । କିନ୍ତୁ ମାସେ ହେବ ସେ ପୁଣି ସିଗାରେଟ ଟାଣିବା ଆରମ୍ଭ କରିଛନ୍ତି । ଯାହା ପୁଣି ତାଙ୍କ ଅଭ୍ୟାସରେ ପରିଣତ ନ ହୋଇଯାଉ ବୋଲି ଭାବି ସେ ଚିନ୍ତିତ ଥିବା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର