ଏକ୍ସ ଗର୍ଲଫ୍ରେଣ୍ଡ୍‌ଙ୍କ ବିବାହ ପରେ ବର ସାଜିବେ କି ଅଭିନେତା ରଣବୀର କପୁର! ଏମିତି କଲେ ଖୁଲାସା!

ମୁମ୍ବାଇ: ବଲିଉଡ଼୍‍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଅଭିନେତ୍ରୀ ସୋନମ୍‌ କପୁରଙ୍କ ବିବାହ ପରେ ଏବେ ଅଭିନେତା ରଣବୀର୍‌ କପୁରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଆଉ ଯଦି ରିପୋର୍ଟକୁ ମାନାଯାଏ ତ, ତେବେ ଅଭିନେତ୍ରୀ ଦୀପିକା ଏ ବର୍ଷ ନଭେମ୍ବରରେ ବିବାହ କରିପାରନ୍ତି ବାଲି ମଧ୍ୟ ଶୁଣିବାକୁ ମିଳୁଛି। ତେଣେ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ଅଭିନେତା ରଣବୀର୍‌ କପୁର ଓ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଫେଆର୍ସ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି।

Daily Sun

ସୂଚନା ଅନୁସାରେ, ଏହି ନିକଟରେ ଅଭିନେତା ରଣବୀର୍‌ କପୁର, ତାଙ୍କର ଆଗାମୀ ଫିଲ୍ମ ‘ସଂଜୁ’ର ପ୍ରମୋସନ୍‌ କରିବାକୁ ଯାଇ ‘ଫକ୍ସ ଷ୍ଟାର୍‌ ଇଣ୍ଡିଆ’ର ଅଫିସିଆଲ୍‌ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ତାଙ୍କର ପ୍ରଶଂସକମାନଙ୍କ ସହିତ ଖୋଲାଖୋଲି କଥା ହୋଇଥିଲେ। ଯେଉଁଥିରେ କି ସେ ତାଙ୍କ ପ୍ରଶଂସକମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଯେଉଁ ଅବସରରେ କି ବଲିଉଡର ଏହି ହ୍ୟାଣ୍ଡ୍‌ସମ୍‌ ଅଭିନେତା ଜଣକ ତାଙ୍କ ନିଜର ବାହାଘରର ଯୋଜନା ବିଷୟରେ ଦର୍ଶକଙ୍କୁ ଅବଗତ କରାଇଛନ୍ତି। ଅଭିନେତା ରଣବୀର କପୁର ତାଙ୍କ ବାହାଘରକୁ ନେଇ ପ୍ରଶ୍ନ କରିଥିବା ଜଣେ ଦର୍ଶକଙ୍କ ଉତ୍ତର ଦେବାକୁ ଯାଇ କହିଥିଲେ ଯେ,ସେ ବହୁତ ଶୀଘ୍ର ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ! ତେବେ ଏହି ବାହାଘରକୁ ନେଇ ଅଭିନେତା ରଣବୀର୍‌ଙ୍କ ଦେଇଥିବା ଏହି ଉତ୍ତରକୁ ଲୋକେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ିଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଏକ ସାକ୍ଷାତକାର ଜରିଆରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ବାହାଘରକୁ ନେଇ କହିଥିଲେ କି‘ବୋଧ୍‌ହୁଏ ଲୋକଙ୍କୁ ଲାଗୁଛି ଯେ ମୁଁ ୩୦ ବର୍ଷ ବୟସରେ ବିବାହ କରିବି ? ହେଲେ ଏହା ମଧ୍ୟ ସମ୍ଭବ ଯେ ମୁଁ ଏହା ପୂର୍ବରୁ ବି ବାହା ହୋଇ ସମସ୍ତଙ୍କୁ ଆଶ୍ଚଯ୍ୟର୍ ଚକିତ କରିଦେବି!’

Filmfare

ସୂତ୍ର ଅନୁସାରେ, ଅଭିନେତା ରଣବୀର କପୁର୍‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ବହୁତ ଶୀଘ୍ର ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସୁଥିବାବେଳେ ଏହା ମଧ୍ୟ ଏହି ଯୋଡ଼ିର ପ୍ରଥମ ଫିଲ୍ମ ଅଟେ। କାରଣ ଦର୍ଶକ ରଣବୀର୍‌-ଆଲିଆ ଯୋଡ଼ିଙ୍କୁ ପ୍ରଥମ ଥର ପାଇଁ ହିଁ ପରଦାରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ପାଇବେ, ଯେଉଁଥିରେ ଏମାନଙ୍କ ସହିତ ନାଗିନ୍‌ ଅଭିନେତ୍ରୀ ମୌନି ରାୟ୍‌ ଏବଂ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଅୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ବର୍ଷରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର