ରିତିକ୍‌ଙ୍କୁ ଉପଦେଶ ଦେଲେ ରଙ୍ଗୋଲି; ଅଭିନୟ ଶିଖିବା ପାଇଁ କଙ୍ଗନାଙ୍କୁ ଗୁରୁ କରି ପୂଜିବା ଆରମ୍ଭ କର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଭଉଣୀ ରଙ୍ଗୋଲି ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସୁପର-୩୦ର ସଫଳତା ପରେ ରିତିକ୍‌ଙ୍କୁ ଟାର୍ଗେଟ କରିଛନ୍ତି । ରିତିକ୍‌ ମୁହଁରେ କଳା ରଙ୍ଗ ଲଗାଇ ୯୦ଦଶକର ଅଭିନୟ କରିଛନ୍ତି ବୋଲି କହିଛନ୍ତି ରଙ୍ଗୋଲି । ଟୁଇଟ୍‌ କରି ସେ ରିତିକ୍‌ଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି ।

ଟୁଇଟ୍‌ରେ, ମୁହଁରେ କଳା ରଙ୍ଗ ଲଗାଇ ୯୦ଦଶକର ଅଭିନୟ କରି ଜଣେ ମହାନ ମଣିଷଙ୍କ ଜୀବନକୁ ଖରାପ କରିଦେଲ । ସବୁବେଳେ କଙ୍ଗନାଙ୍କ ଉପରେ ନଜର ରଖିଲେ ଅଭିନୟ କେବେ କରିବ? ତାଙ୍କୁ ନିଜର ଗୁରୁ ମାନି ପ୍ରତିଦିନ ତାଙ୍କର ଫଟୋକୁ ପୂଜା କର । ଟିକେ ଅଭିନୟ ଶିଖି ଯାଅ……..ଯାଦୁ କୋଉଠିକାର ବୋଲି ଲେଖିଛନ୍ତି ରଙ୍ଗୋଲି । ତାଙ୍କର ଏଭଳି ଟୁଇଟ୍‌ ରିତିକ୍‌ଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସି ନଥିବା ଦେଖାଯାଇଛି । ରଙ୍ଗୋଲିଙ୍କୁ ପୂର୍ବରୁ ଅନେକ ବିରୋଧ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ସେ ଟୁଇଟ୍‌ ପରେ ଟୁଇଟ୍‌ କରି ବଲିଉଡ୍‌ କଳାକାରଙ୍କୁ ଟାର୍ଗେଟ କରୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର