ଜାଣନ୍ତୁ ଝିଅ ଆଦିରାଙ୍କୁ ନେଇ ରାଣୀ କେଉଁ ନିଷ୍ପତ୍ତି ନେଲେ

ମୁମ୍ବାଇ: ବଲିଉଡ ତାରକାଙ୍କର ପିଲାଙ୍କ ଉପରେ ସବୁବେଳେ କ୍ୟାମେରାର ନଜର ରହିଥାଏ। ଷ୍ଟାର କିଡସ ଯେଉଁଠାରେ ନଜର ଆସନ୍ତି କ୍ୟାମେରା ତାଙ୍କ ପିଛା କରିଥାଏ। ଅଧିକାଂଶ ବଲିଉଡ ତାରକ ଏହାକୁ ପସନ୍ଦ କରନ୍ତି ନାହିଁ ତେଣୁ ସେମାନେ ତାଙ୍କ ପିଲାଙ୍କୁ କ୍ୟାମେରାଠାରୁ ଦୂରେଇ ରଖିଥାନ୍ତି। ରାଣୀ ମୁଖାର୍ଜୀ ମଧ୍ୟ ଏହିଭଳି କିଛି ଚାହାଁନ୍ତି।

ମିଡିଆରେ ସବୁବେଳେ ଷ୍ଟାର କିଡସଙ୍କ ବିଷୟରେ ଆଲୋଚନା କରାଯାଏ। ରାଣୀ ନିଷ୍ପତ୍ତି ନେଇଛନ୍ତି ଯେ, ସେ ଆଦିରାଙ୍କୁ କ୍ୟାମେରା ସାମ୍ନାକୁ ଆଣିବେ ନାହିଁ। ଏକ ଇଂଟରଭ୍ୟୁରେ ରାଣୀ କହିଛନ୍ତି ଯେ, ସେ ଚାହୁଁନାହାଁନ୍ତି ଯେ ଆଦିରା ଏହି ସଂସ୍କୃତିର ଶିକାର ହେଉ ବୋଲି।

ରାଣୀଙ୍କ କହିବା ଅନୁସାରେ, ଆଦିରାଙ୍କୁ ସେ ସାଧାରଣ ଭାବେ ବଂଚିବାକୁ ଦେବାକୁ ଚାହାଁନ୍ତି। ସେ ଚାହାଁନ୍ତି ବିଦ୍ୟାଳୟରେ ଆଦିରାଙ୍କୁ ଅନ୍ୟ ପିଲାଙ୍କ ଭଳି ବ୍ୟବହାର କରାଯା। ଏଣୁ ଆଦିରାଙ୍କର ବାରମ୍ବାର ଫଟୋ ଉଠାଯାଉ ସେ ଏହା ଆଦୌ ପସନ୍ଦ କରନ୍ତି ନାହିଁ। ଖୁବ ଶୀଘ୍ର ରାଣୀ ଫିଲ୍ମ ‘ହିଚକୀ’ରେ ନଜର ଆସିବେ। ଯେଉଁଥିରେ ସେ ଏକ ଶିକ୍ଷୟତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଫିଲ୍ମଟି ୨୩ ମାର୍ଚ୍ଚକୁ ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର