‘କୁଛ୍‌ କୁଛ୍‌ ହୋତା ହୈ’ ରିମେକରେ ନଜର ଆସିବେ ରାଣୀ

ନିର୍ମାତା-ନିର୍ଦେଶକ କରଣ ଜୋହର ‘କୁଛ କୁଛ ହୋତା ହୈ’ର ରିମେକ୍‌ ତିଆରି କରିବା ପାଇଁ ଯାଉଛନ୍ତି। ଆଉ ଏଥିରେ ଅଭିନୟ କରିବା ପାଇଁ ରାନୀ ମୁଖାର୍ଜୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମୂଳ ଫିଲ୍ମରେ ସେ ସଂପର୍କୀୟା ଭଉଣୀ କାଜୋଲଙ୍କ ସହ ପାର୍ଶ୍ୱ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ରିମେକ୍‌ରେ କେଉଁ ଭୂମିକା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି ତାହା ଜଣାପଡ଼ି ନାହିଁ। କାଜୋଲ ଓ ରାନୀଙ୍କ ମଧ୍ୟରେ ବୟସ ତାରତମ୍ୟ ମଧ୍ୟ ବିଶେଷ ନାହିଁ। କାଜୋଲଙ୍କଠାରୁ ସେ ମାତ୍ର ତିନି ବର୍ଷ ସାନ।

୨୦୧୪ରେ ‘ମରଦାନୀ’ ମୁକ୍ତିଲାଭ କଲା ପରେ ରାନୀ ଘର-ସଂସାର କରି ଅଭିନୟଠାରୁ ଦୂରେଇଯାଇଥିଲେ। ପ୍ରାୟ ତିନି ବର୍ଷର ବ୍ୟବଧାନ ପରେ ଏବେ ‘ହିଚକୀ’ ସହ ସେ ଫେରିଛନ୍ତି। ଏହି ଫିଲ୍ମକୁ ନେଇ ସେ ବେଶ୍‌ ଉତ୍ସାହିତ। କାରଣ, ଯିଏ ଦେଖୁଛି, ତାଙ୍କ ବୟସ ଜାଣିପାରୁନାହିଁ। ସେ ପୂର୍ବଭଳି ଯୁବତୀଙ୍କ ଭଳି ଦିଶୁଛନ୍ତି। ତେଣୁ, ଆଗଧାଡ଼ିର ଅଭିନେତ୍ରୀମାନଙ୍କର ଛନକା ପଶିଲାଣି! ସେ ଶାହରୁଖ ଖାନଙ୍କ ‘ଜିରୋ’ରେ ମଧ୍ୟ ଛୋଟିଆ ଭୂମିକାରେ ଅଭିନୟ କରୁଛନ୍ତି। ଦର୍ଶକେ ପସନ୍ଦ କରିବେ ବୋଲି ଆଶା।

ସମ୍ବନ୍ଧିତ ଖବର