ଆସନ୍ତୁ ଜାଣିବା କେଉଁ ଫିଲ୍ମର ସ୍ୱିକ୍ୱେଲରେ ଆସିବାକୁ ଚାହାନ୍ତି ରାଣୀ ମୁଖାର୍ଜୀ!

ନୂଆଦିଲ୍ଲୀ : ବଲିଉଡ଼୍‍ ନାୟିକା ରାଣୀ ମୁଖାର୍ଜୀ ଚଳିତ ବର୍ଷ ‘ହିଚ୍‌କୀ’ଟାଇଟଲ୍‌ରେ ନିର୍ମିତ ଏକ ଫିଲ୍ମ ଜରିଆରେ ମାତୃତ୍ୱ ପରେ ପୁଣିଥରେ ଅଭିନୟ ଦୁନିଆକୁ ଫେରିଛନ୍ତି। ଏହି ଫିଲ୍ମକୁ ଉଭୟ ଦର୍ଶକ ଓ ସମୀକ୍ଷକ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି।

ରାଣୀ ମୁଖାର୍ଜୀ ‘ମେହେନ୍ଦୀ’ସିନେମାରୁ ମୁଖ୍ୟ ଅଭିନେତ୍ରୀ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତେବେ ଅମୀର୍‌ ଖାନ୍‌ ଅଭିନୀତ ‘ଗୁଲାମ୍‌’ରାଣୀଙ୍କୁ ପ୍ରକୃତରେ ଭେଟି ଦେଇଥିଲା ସଫଳତା। ଏହା ପରେ ରାଣୀ ଆଉ ପଛକୁ ଫେରି ଚାହିଁ ନାହାନ୍ତି।  ‘ମର୍ଦାନୀ’ ପରେ ରାଣୀ ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିବାପରେ ବଲିଉଡ଼୍‍ରୁ ସାମୟିକ ଭାବେ କିଛି ଦିନ ପର୍ଯ୍ୟନ୍ତ ଦୂରେଇ ଯାଇଥିଲେ।

DNA India

ବର୍ତ୍ତମାନ ‘ହିଚ୍‌କୀ’ ଚଳଚ୍ଚିତ୍ର ପରେ ରାଣୀ ମୁଖାର୍ଜୀ କେଉଁ ସିନେମାରେ ଅଭିନୟ କରିବେ,ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ସଂପର୍କରେ ରାଣୀ ମଧ୍ୟ ତାଙ୍କର ଇଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯଦି ତାଙ୍କୁ ‘ବଣ୍ଟି ଔର୍‌ ବବ୍‌ଲି’ ଫିଲ୍ମର ସିକ୍ୱେଲ୍‌ ପାଇଁ ଅଫର୍‌ ମିଳେ,ତେବେ ସେ ବିନା ଦ୍ୱିଧାରେ ତାକୁ ସ୍ୱୀକାର କରିବେ।ରାଣୀ ପୁଣି ନାଚିବାକୁ ଚାହାନ୍ତି ଓ କମେଡ଼ି କରିବାକୁ ଚାହାନ୍ତି ବୋଲି କହିଛନ୍ତି।

ରାଣୀ ମୁଖାର୍ଜୀ ଦର୍ଶକଙ୍କର ମନୋରଂଜନ କରିବାକୁ ଚାହାଁନ୍ତି। ଏଣୁ ଏଣ୍ଟରଟେନିଂ ଫିଲ୍ମକୁ ଅଗ୍ରାଧିକାର ଦେବେ।

ସମ୍ବନ୍ଧିତ ଖବର