ଖଣ୍ଡଗିରି ବାରଣ ପରେ କଣ୍ଟିଲୋରେ କମ୍ପାଇଲେ ରାଣୀ ପଣ୍ଡା

ଭୁବନେଶ୍ୱର: ଖଣ୍ଡଗିରିରେ ବାସନ୍ଦ ପରେ ନୟାଗଡ କଣ୍ଟିଲୋରେ ନିଜ ଜଲଓ୍ୱା ଦେଖାଇଛନ୍ତି ରାଣୀ ପଣ୍ଡା | କଣ୍ଟିଲୋର ନୀଳମାଧବଙ୍କ ପ୍ରସିଦ୍ଧ ମାଘମେଳାରେ ରାଣୀଙ୍କ ଆଇଟମ ଡ୍ୟାନ୍ସ ଦେଖିବାକୁ ମିଳିଥିଲା | ଅପେରା ସଚ୍ଚିଦାନନ୍ଦ ପକ୍ଷରୁ ପରିବେଷଣ ହୋଇଥିବା ନାଟକ ‘ଆଇଟମ ଗାର୍ଲ ରାଣୀ ପଣ୍ଡା’ ଦେଖିବାକୁ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିବା ବେଳେ ଖୋଦ ରାଣୀ ଷ୍ଟେଜରେ ନିଜ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନରେ ନିଆଁ ଲଗାଇଥିବାର ଦେଖିବାକୁ ମିଳିଥିଲା |

ଏଠାରେ ସୂଚନା ଥାଉ କି ଗତବର୍ଷ ଖଣ୍ଡଗିରି ମେଳାରେ ବିବାଦୀୟ ଆଇଟମ୍ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ରାଣୀ ପଣ୍ଡାଙ୍କୁ ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳି ନଥିଲା । ଏହି ବିବାଦ ଯୋଗୁଁ  ଚଳିତ ବର୍ଷ ରାଣୀଙ୍କୁ ଖଣ୍ଡଗିରି ମେଳାରୁ ବାସନ୍ଦ କରାଯାଇଥିଲା । ଏହାକୁ ନେଇ କ୍ଷୁବ୍ଧ ହୋଇଥିଲେ ରାଣୀ |

ସାମ୍ବାଦିକ ସମ୍ମିଳନୀ କରି ରାଣୀ କହିଥିଲେ ଯେ ସେ ଯେଉଁଠି ନାଚିବେ ସେଠି ଖଣ୍ଡଗିରି ମେଳା ହେବ ।  ‘ମୁଁ କେବଳ ଖଣ୍ଡଗିରି ମେଳାରେ ନାଚିଲେ ଲୋକମାନେ ମୋତେ ଦେଖିବେ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ । ମୋ ପାଇଁ ଏକ ଯାତ୍ରା ଅନୁଷ୍ଠାନକୁ ବାରଣ କରିବା ନିଶ୍ଚିତ ନିନ୍ଦନୀୟ  । ଏହା ଦ୍ୱାରା କୌଣସି କଳାକାରର ପ୍ରତିଭା ଲୁକାୟିତ ହେବନାହିଁ ବରଂ ସେ ଅଧିକ ଉତ୍ସାହିତ ହେବ’ ବୋଲି କହିଥିଲେ ରାଣୀ।  ତେବେ କଣ୍ଟିଲୋରେ ତିନି ଧରି ରାଣୀ ତାଙ୍କ ନୃତ୍ୟ ପରିବେଷଣ କରିଥିଲେ |

ସମ୍ବନ୍ଧିତ ଖବର