ଆମେ ଏହାକୁ ରିୟାଲିଟି ସୋ’ କରିବାକୁ ଚାହୁଁନୁ : ଆଲିଆଙ୍କ ସହ ସଂପର୍କକୁ ନେଇ ଏପରି କହିଲେ ରଣବୀର କପୁର

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’କୁ ନେଇ ଚର୍ଚ୍ଚାରେ ଥିବା ରଣବୀର କପୁର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଆଲିଆଙ୍କ ସହ ତାଙ୍କର କି ପ୍ରକାରର ସଂପର୍କ ରହିଛି ଏହି ପ୍ରଶ୍ନଟି ତାଙ୍କୁ ଫିଲ୍ମ ‘ସଞ୍ଜୁ’ର ପ୍ରମୋସନ ସମୟରେ ପଚରା ଯାଉଥିବା ବେଳେ ନିଜ ସଂପର୍କ ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି ରଣବୀର । କିନ୍ତୁ ସେ ଦେଉଥିବା ଇଶାରା ହିଁ ଆଲିଆଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ପ୍ରମାଣ କରୁଛି । କିଛି ଦିନ ତଳେ ଏକ ଖବରକାଗଜକୁ ସାକ୍ଷାତକାର ଦେଇ ରଣବୀର ନିଜ ସଂପର୍କ ବିଷୟରେ ଖୋଲା ଖୋଲି ଭାବରେ କଥା ହୋଇଥିଲେ । “ମୁଁ କେବଳ ଫିଲ୍ମର ପ୍ରମୋସନ କରିବା ସମୟରେ ବ୍ୟକ୍ତିଗତ ଜୀବନ ବିଷୟରେ ସମସ୍ତଙ୍କୁ କହିଥାଏ । କିନ୍ତୁ ଯାହା ଜଣାଉଛି ତାକୁ ଥଟ୍ଟା ବା ରିୟାଲିଟି ସୋ’ ଭଳି ନ କରି ମୁଁ ଯାହା ଜଣାଉଛି ତାହାର ସମ୍ମାନ କରନ୍ତୁ ।

DNA India

ଯେଉଁ କଥା ମୁଁ ଆପଣଙ୍କ ସହ ସେୟାର କରୁଛି ତାହାର ଅଲଗା ଅର୍ଥ ବାହାର ନ କରି ପ୍ରକୃତ କଥା ଜାଣନ୍ତୁ ଏବଂ ଜଣାନ୍ତୁ” ବୋଲି ରଣବୀର କହିଥିଲେ । ଏହା ପୂର୍ବରୁ ଅନୁପମ ଚୋପ୍ରାଙ୍କୁ ସାକ୍ଷାତକାର ଦେଇ ରଣବୀର ପ୍ରେମ ବିଷୟରେ ନିଜର ମତ ରଖିଥିଲେ । “ପ୍ରେମ ହେଉଛି ସବୁଠାରୁ ସୁନ୍ଦର ଅନୁଭୂତି । ପ୍ରେମରେ ପଡ଼ିଲେ ପାଣି ବି ସର୍‌ବତ୍‌ ପରି ଲାଗେ” ବୋଲି ରଣବୀର କହିଥିଲେ । ରଣବୀରଙ୍କ ଏହି କଥା ଶୁଣିବା ପରେ ଲାଗୁଛି କି ଏଥର ରଣବୀର କେବଳ ପ୍ରେମ ସଂପର୍କ ନ ରଖି ଏହାକୁ ବିବାହର ରୂପ ମଧ୍ୟ ଦେବେ । ଆଗକୁ କ’ଣ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର