ପୁଣି ଛାଇଲେ ରାନୁ : ରିଲିଜ୍‌ର ୪ଦିନ ମଧ୍ୟରେ ଟ୍ରେଣ୍ଡିଂ ପାଲଟିଲା ଗୀତ

ମୁମ୍ବାଇ : ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ବନିଥିବା ରାନୁ ମଣ୍ଡଳ ପୁଣି ଥରେ ସୋସିଆଲ ମିଡିଆରେ ଛାଇବାରେ ଲାଗିଛନ୍ତି । ୪ଦିନ ପୂର୍ବରୁ ତାଙ୍କର ଗୀତ ତେରି ମେରି କାହାନୀ ରିଲିଜ୍‌ ହୋଇଥିବା ବେଳେ ଏତେ କମ ଦିନରେ ତାଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । ୪ଦିନ ମଧ୍ୟରେ ଏହି ଗୀତଟିକୁ ୧କୋଟିରୁ ଅଧିକ ଲୋକ ଦେଖି ସାରିଥିବା ଜଣା ପଡ଼ିଛି । ୟୁଟ୍ୟୁବ୍‌ରେ ଏହା ଟ୍ରେଣ୍ଡିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ରହିଛି ।

ହିମେଶଙ୍କ ଫିଲ୍ମ ପାଇଁ ରାନୁ ଗାଇଥିବା ୩ଟି ଗୀତ ମଧ୍ୟରୁ ପ୍ରଥମଟି ରିଲିଜ୍‌ ହୋଇ ସାରିଛି । ଅନ୍ୟ ଦୁଇଟି ଖୁବ୍‌ ଶୀଘ୍ର ରିଲିଜ୍‌ ହେବା ସହ ତାହା ମଧ୍ୟ ସୁପରହିଟ୍‌ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ରାନୁ ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଉଥିବା ସମୟରେ ସପ୍ଟେଓ୍ଵର ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତି ତାଙ୍କର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ପରେ ତାଙ୍କର ଭିଡିଓ ଭାଇରାଲ ହେବା ସହ ହିମେଶ ରେସ୍‌ମିଆ ତାଙ୍କୁ ନିଜ ଫିଲ୍ମରେ ଗାଇବାର ଅଫର ଦେଇଥିଲେ ।

ସମ୍ବନ୍ଧିତ ଖବର