ମୁଖୁଡ଼ାକୁ କାଟି ଦେଲା ଅନ୍ତରା, ପୁଣି ଦର୍ଶକଙ୍କୁ ମତୁଆଲା କଲା ରାନୁ ମଣ୍ଡଲ୍‌ଙ୍କ ‘ତେରି ମେରି କହାନୀ..’ର ସଂପୂର୍ଣ୍ଣ ଗୀତ

ମୁମ୍ବାଇ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତଃ ଘଟିଲା। ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହେଲା ହିମେଶ ରେଶମିଆ ଓ ରାନୁ ମଣ୍ଡଲଙ୍କ ‘ତେରି ମେରି କହାନୀ..’ର ସଂପୂର୍ଣ୍ଣ ଗୀତ। ହିମେଶଙ୍କ ଆଗାମୀ ଚଳଚ୍ଚିତ୍ର ‘ହାପି, ହାର୍ଡି ଆଣ୍ଡ୍‌ ହିର୍‌’ ଚଳଚ୍ଚିତ୍ରର ଏହି ଗୀତଟିର ଝଲକ ପୂର୍ବରୁ ସାରା ଦୁନିଆ ଦେଖିସାରିଛି। ଜଣେ ସାଧାରଣ ମହିଳାରୁ ରାନୁ ମଣ୍ଡଲଙ୍କୁ କଣ୍ଠଶିଳ୍ପୀର ପରିଚୟ ପ୍ରଦାନ କରିବାରେ ଏହି ଗୀତ ପ୍ରଥମ। କେବଳ ଗୀତଟିର ପ୍ରଥମ ଧାଡ଼ି ଗାଇ ରାନୁ ସୋସିଆଲ୍‌ ମିଡିଆରେ ଖୁବ୍‌ ଚର୍ଚ୍ଚିତ ହୋଇ ସାରିଛନ୍ତି। ଏବେ ବାକି ରହିଲା ପୂରା ଗୀତଟି ଶୁଣିବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା। ୟୁଟ୍ୟୁବ୍‌ରେ ଅପ୍‌ଲୋଡ ହୋଇଥିବା ଭିଡିଓଟିରେ ହିମେଶଙ୍କ ବିପକ୍ଷରେ ନାୟିକା ଭାବେ ଦିଶିଛନ୍ତି ସୋନିଆ।

ଏହା ମାତ୍ର କେତେ ସପ୍ତାହ ତଳର କଥା ଯେ ପଶ୍ଚିମବଙ୍ଗର ରାଣୀଘାଟ ଷ୍ଟେସନ୍‌ରେ ବସି ଲତା ମଙ୍ଗେସ୍‌କରଙ୍କ ଲୋକପ୍ରିୟ ଗୀତ ‘ପ୍ୟାର୍‌ କା ନଗ୍‌ମା…’ ଗାଇ ଷ୍ଟେସନ୍‌ରେ ଥିବା ଅନ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାନୁ ମଣ୍ଡଲ। ଷ୍ଟେସନ୍‌ରେ ଥିବା ଅତିନ୍ଦ୍ର ଚକ୍ରବର୍ତ୍ତୀ ରାନୁଙ୍କ କଣ୍ଠକୁ ରେକର୍ଡ କରି ତାଙ୍କ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିବା ପରେ ଫିଟିଗଲା ରାନୁଙ୍କ ଭାଗ୍ୟ। ତାଙ୍କ କୋକିଳ କଣ୍ଠର ପ୍ରଶଂସା ଚାରିଆଡ଼େ ଶୁଭିବାକୁ ଲାଗିଲା। ରାନୁଙ୍କ କଣ୍ଠସ୍ୱର ଶୁରି କଣ୍ଠଶିଳ୍ପୀ ହିମେଶ୍‌ ରେଶମିଆ ତୁରନ୍ତ ତାଙ୍କର ଏକ ଗୀତରେ ରାନୁଙ୍କୁ ସ୍ୱାକ୍ଷର କରାଇଲେ।

ସମ୍ବନ୍ଧିତ ଖବର