ଅନେକ ଅପଚର୍ଚ୍ଚା ପରେ ରାନୁ ମଣ୍ଡଳଙ୍କ ସହ ଗୀତ ଗାଇଲେ ଝିଅ ଏଲିଜାବେଥ୍, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ରାତାରାତି ଲୋକପ୍ରିୟ ବନିଥିବା ରାନୁ ମଣ୍ଡଳ ଏବେ ଜଣେ ସେଲିବ୍ରିଟି । ରାଣାଘାଟ ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିବାର ତାଙ୍କର ଯେଉଁ ଯାତ୍ରା ଥିଲା, ତାହାର ସମସ୍ତ ଶ୍ରେୟ ସୋସିଆଲ ମିଡିଆକୁ ଯାଉଛି । ବିଭିନ୍ନ ବାର୍‌ ଏବଂ ଷ୍ଟେଜ୍‌ ସୋ’ କରିବା ପରେ ଏବେ ତାଙ୍କୁ ତାଙ୍କର ଅସଲ ପରିଚୟ ମିଳିଛି । ଯାହା ସପ୍ଟଓୟାର ଇଞ୍ଜିନିୟର ଅତିନ୍ଦ୍ରଙ୍କ ପାଇଁ ସଫଳ ହୋଇ ପାରିଛି । ତେବେ ରାନୁ ଚର୍ଚ୍ଚାକୁ ଆସିବା ପରେ ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ରାଜ୍‌ ଉପରୁ ପରଦା ଉଠିଥିଲା । ସେ ଦୁଇଟି ବିବାହ କରିଥିବା ବେଳେ ତାଙ୍କ ପିଲାମାନେ ତାଙ୍କୁ ପଚାରୁ ନଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ରାନୁଙ୍କୁ ଲୋକପ୍ରିୟତା ମିଳିବା ପରେ ୧୦ବର୍ଷ ପରେ ନିଜ ମା’ଙ୍କ ପାଖକୁ ଫେରିଥିଲେ ଝିଅ ଏଲିଜାବେଥ୍‌ । ଯାହା ପରେ ଏଲିଜାବେଥ୍‌ ଚର୍ଚ୍ଚାକୁ ଆସିବା ପାଇଁ ଏପରି କରୁଥିବା ନେଇ ଲୋକେ ଅପଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ଏତେ ସବୁ ଅପଚର୍ଚ୍ଚା ମଧ୍ୟରେ ରାନୁଙ୍କ ସହ ତାଙ୍କ ଝିଅ ଏଲିଜାବେଥ୍‌ ଗୀତ ଗାଇଥିବାର ଏକ ଭିଡିଓ ଭାଇରାଲ ହୋଇଛି ।

 

View this post on Instagram

 

@realhimesh #renumandal #singing #singer #newsinger #shooting #tarimarikhani #bollywood #bati

A post shared by Ranu mondal (@ranu.mondal09) on

ଭାଇରାଲ ଭିଡିଓରେ ଦୁହେଁ ସାଥୀରେ ତେରେ ମେରେ ପ୍ୟାର୍‌ କେ ଚର୍ଚ୍ଚେ ହେ ବାଜାର ମେଁ ଗାଉଥିବା ଦେଖାଯାଇଛି । ଯାହାକୁ ଲୋକଙ୍କ ଭଲ ପାଇବା ମିଳିଛି । ସୂଚନା ମୁତାବକ, କିଛି ଦିନ ତଳେ ଏଳିଜାବେଥ୍‌ କହିଥିଲେ କି, ତାଙ୍କ ମା’ ରାନୁ ରେଳ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଥିବା କଥା ସେ ଜାଣି ନ ଥିଲେ । ଏହା ସହ ଏବେ ଯେଉଁ କ୍ଲବ୍‌ ରାନୁଙ୍କ ଧ୍ୟାନ ରଖୁଛି, ସେ ଏଲିଜାବେଥ୍‌ଙ୍କୁ ରାନୁଙ୍କ ସହ ଭେଟ କରାଇ ଦେଉ ନଥିବା ନେଇ ମଧ୍ୟ ଅଭିଯୋଗ ଆଣିଥିଲେ ।

ସମ୍ବନ୍ଧିତ ଖବର