ନଭେମ୍ବର ୨୦ରେ ବିବାହ କରିବେ ରଣବୀର-ଦୀପିକା !

0 277

ମୁମ୍ବାଇ : କିଛି ମାସ ହେଲା ବଲିଉଡ୍‌ର ବାଜିରାଓ ମସ୍ତାନି ଦୀପିକା ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ କେବେ କେଉଁଠି ବିବାହ କରିବେ ସେ ଦିନକୁ ଅନାଇ ବସିଛନ୍ତି ଦୀପିକା-ରଣବୀରଙ୍କ ପ୍ରଶଂସକ । ପୂର୍ବରୁ ଦୁଇ ପ୍ରେମୀଯୁଗଳ ଇଟାଲୀରେ ବିବାହ କରିବେ ବୋଲି ଖବର ଆସିଥିବା ବେଳେ ଏବେ ଦୁଇ ଜଣଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି ।

India Today

ନଭେମ୍ବର ୨୦ରେ ଦୁଇ ଜଣ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଅଭିନେତା କବୀର ବେଦି ସ୍ପଷ୍ଟ କରିଛନ୍ତି । କବୀର ବେଦି କରିଥିବା ଏକ ଟ୍ଵିଟ୍‌ରୁ ଦୁଇ ଜଣଙ୍କ ବିବାହ ଏ ବର୍ଷ ଶେଷରେ ନିହାତି ଭାବରେ ହେବାକୁ ଯାଉଛି ବୋଲି ପ୍ରଶଂସକ ଭାବିବା ଆରମ୍ଭ କରିଛନ୍ତି । ପୂର୍ବରୁ ରଣବୀର ଏବଂ ଦୀପିକାଙ୍କ ବିବାହରେ କେବଳ ସଂପର୍କୀୟମାନେ ଯୋଗ ଦେବେ ବୋଲି ଜଣା ପଡ଼ିଥିବା ବେଳେ ଖାସ୍‌ ଅତିଥି ଭାବରେ ଶାହାରୁଖ୍‌ ଯୋଗ ଦେବେ ବୋଲି ଜଣା ପଡ଼ିଛି । ଲେକ୍‌ କୋମୋରେ ଦୁଇ ଜଣ ବିବାହ କରିବେ ବୋଲି ଠିକ୍‌ ହୋଇ ସାରିଥିବା ବେଳେ ଦୁଇ ଜଣଙ୍କ ବିବାହ ବନ୍ଧନରେ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଅନାଇ ବସିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.