ପୂର୍ବ ପ୍ରେମିକା ଦୀପିକା ଓ କ୍ୟାଟ୍ରିନାଙ୍କୁ ପସନ୍ଦ କରୁନଥିବା ରଣବୀରଙ୍କ ମାଆ କାହିଁକି ଆଲିଆଙ୍କୁ ପସନ୍ଦ କରନ୍ତି?

ମୁମ୍ବାଇ: ଆଜିକାଲି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଉଠିଛି। ସେ ଦୁହେଁ ପରସ୍ପରକୁ ଡେଟିଂ କରିବା ସହ ନିକଟ ଭବିଷ୍ୟତରେ ବିବାହ ବି କରିପାରନ୍ତି ବୋଲି ଆଶା କରାଯାଉଛି। ତେବେ ଏମାନଙ୍କ ସଂପର୍କର ସୌନ୍ଦର୍ଯ୍ୟ ହେଉଛି ଏମାନଙ୍କ ସଂପର୍କ ପରିବାର ସମ୍ମତ।

ପୂର୍ବରୁ ରଣବୀରଙ୍କର ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ପ୍ରେମ ସଂପର୍କ ରହିଥିବା କଥା ହୋଇ ସାରିଛି। ମାତ୍ର ଆପଣ ଜାଣିଥିବେ ନିଶ୍ଚୟ ଦୀପିକା କିମ୍ବା କ୍ୟାଟ୍ରିନାଙ୍କ ସହ ସଂପର୍କକୁ ନେଇ ରଣବୀରଙ୍କ ମାଆ ନିତୁ କପୁର ସବୁଜ ସଂକେତ ଦେଇନଥିଲେ।

ଦୀପିକାଙ୍କର ରଣବୀରଙ୍କ ପରିବାର ସହିତ ସେପରି ବିଶେଷ କୌଣସି ସଂପର୍କ ନଥିଲା। ସେହିପରି କ୍ୟାଟ୍ରିନ୍‌ଙ୍କର ରଣବୀରଙ୍କ ସହ ଲିଭ୍‌-ଇନ୍‌ ରିଲେସନସିପ୍‌ରେ ରହିବା ନିତୁ କପୁରଙ୍କୁ ଆଦୌ ପସନ୍ଦ ନଥିଲା।

ଏହି ଦୁଇଟି ମାମାଲାରେ ଆଲିଆ ଭଟ୍ଟ ଆଗରେ। ରଣବୀରଙ୍କ ସହ ପ୍ରେମ ସଂପର୍କ ଆରମ୍ଭ ହେବା ପୂର୍ବରୁ ହିଁ ଆଲିଆ ନିତୁଙ୍କ ସହ ବେଶ୍‌ ଘନିଷ୍ଠ। ଏହାଛଡ଼ା ଏକ ସାକ୍ଷାତ୍‌କାରେ ଆଲିଆ ଲିଭ୍‌-ଇନ୍‌ ରିଲେସନସିପର ବିରୋଧରେ ମତ ରଖିଥିବାରୁ ତାହା ନିତୁଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହି ଦୃଷ୍ଟିରୁ ସେ ଆଲିଆଙ୍କୁ ନିଜ ବୋହୂ ମାନିବା ପାଇଁ ଅପ୍ରସ୍ତୁତ ନାହାନ୍ତି।

ସମ୍ବନ୍ଧିତ ଖବର