ଦୀପିକା ରଣବୀର କପୁରଙ୍କ ସହ କାମ କଲେ ତୁମେ ଅସୁରକ୍ଷିତ ଅନୁଭବ କରିବ କି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ରଣବୀର ସିଂହ

ମୁମ୍ବାଇ : ୬ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିବା ସହ ଗତ ବର୍ଷ ନଭେମ୍ବର ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ଅଭିନେତା ରଣବୀର ସିଂହ । ରଣବୀରଙ୍କ ସହ ପ୍ରେମ ସଂପର୍କ ରଖିବା ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଡେଟ୍‌ କରୁଥିଲେ ଦୀପିକା ପାଦୁକୋନ୍‌ । କିନ୍ତୁ କିଛି ବର୍ଷ ପରେ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିଲା । ଯାହା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା । ଅଲଗା ହେବା ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଏବେ ବି ଭଲ ସଂପର୍କ ରହିଛି । ତେବେ ବିବାହ ପରେ ଦୀପିକା ନିଜ ପୁରୁଣା ପ୍ରେମିକଙ୍କ ସହ କାମ କଲେ ସ୍ୱାମୀ ରଣବୀର ଅସୁରକ୍ଷିତ ମନେ କରିବେ କି ବୋଲି ପଚରା ଯାଇଥିଲା ।

FilmiBeat

ଯାହାର ଉତ୍ତର ରଖି, ଆପଣଙ୍କୁ ଦେଖି କ’ଣ ଲାଗୁଛି? ମୋତେ କେମିତି ଲାଗୁଥିବ । ମୁଁ ଅସୁରକ୍ଷିତ ଅନୁଭବ କରୁଥିବା ଲୋକମାନଙ୍କ ମଧ୍ୟରୁ ନୁହେଁ । ମୁଁ ବହୁତ ସୁରକ୍ଷିତ । ମୁଁ ଜାଣିଛି କୌଣସି ମଣିଷ ଦୀପିକାଙ୍କୁ ସେତେ ଭଲ ପାଇ ପାରିବେ ନାହିଁ, ଯେତିକି ମୁଁ ତାଙ୍କୁ ଭଲ ପାଏ ବୋଲି କହିଥିଲେ ରଣବୀର ସିଂହ ।

ସମ୍ବନ୍ଧିତ ଖବର