ନିଜକୁ ଏତିକି କୋଟି ଟଙ୍କାର କାର୍‌ ଉପହାର ଦେଲେ ରଣବୀର ସିଂହ

ମୁମ୍ବାଇ : ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତି ବଲିଉଡ୍‌ ଅଭିନେତା ରଣବୀର ସିଂହ । ଫିଲ୍ମର ଚରିତ୍ର ସହ ନିଜର ଦୈନଦିନ ଜୀବନରେ ମଧ୍ୟ ସେ ସବୁବେଳେ ନିଜକୁ ଅନ୍ୟଠାରୁ ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ନିଜ ପୋଷାକ ପାଇଁ ଟ୍ରୋଲ ହେଉଥିଲେ ମଧ୍ୟ ସେ ସବୁବେଳେ ନୂଆ ନୂଆ ଜିନିଷ ଆପଣାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ । ସବୁବେଳେ ନିଜ ଫ୍ୟାଶନ ସେନ୍ସ ପାଇଁ ଚର୍ଚ୍ଚାରେ ରହୁଥିବା ରଣବୀର ଏବେ ନିଜର ଦାମୀ କାର୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

मुंबई की सड़कों पर नई कार में घूमते नजर आए रणवीर सिंह, करोड़ों में कीमत
aajtak.intoday.in

ରଣବୀର ନିଜକୁ ୩କୋଟି ଟଙ୍କାର ଲାମ୍ବୋରଗିନି ୟୁରସ୍‌ ଉପହାରରେ ଦେଇଛନ୍ତି । କାର୍‌ କିଣିବା ପରେ ରଣବୀର ମୁମ୍ବାଇ ରାସ୍ତାରେ ନିଜ ନୂଆ କାର୍‌ର ମଜା ନେଉଥିବାର ଦେଖାଯାଇଥିଲା । ଗାଡ଼ିର ରଙ୍ଗ ଅନୁସାରେ ରଣବୀର ନିଜର ଟି-ସାର୍ଟ ଓ ଟୋପି ପିନ୍ଧିଥିଲେ । ତେବେ ରଣବୀର ଗାଡ଼ି ନେଇ ବୁଲୁଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ମିଳି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର