ବିବାହ ପରେ ଏହି ୩ଟି କାମ ଆଉ କେବେ କରି ପାରିବେ ନାହିଁ ରଣବୀର, ଦୀପିକା ଲଗାଇଲେ ପ୍ରତିବନ୍ଧକ

ମୁମ୍ବାଇ : ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା ଦୀପ୍‌-ବୀରଙ୍କ ବିବାହ । ଇଟାଲୀର ଲେକ୍‌ କୋମୋରେ ଦୁହେଁ ବିବାହ କରିଥିବା ବେଳେ ଭାରତ ଫେରି ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବିବାହ ଭୋଜି ରଖିଥିଲେ । ବିବାହ ପରେ ଏବେ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଦୁହିଁଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ପରେ ରଣବୀର ଆଉ ଏହି ୩ଟି କାମ କରି ପାରିବେ ନାହିଁ ବୋଲି ଦୀପିକା ତାଙ୍କୁ ମନା କରି ଦେଇଛନ୍ତି ।

universalmediapro.com

ଏ ନେଇ ନିଜେ ରଣବୀର ସମସ୍ତଙ୍କୁ ଜଣାଇଛନ୍ତି । ବିବାହ ପରେ ଦୀପିକା ମୋତେ ଅଧିକ ରାତି ପର୍ଯ୍ୟନ୍ତ ବାହାରେ ରହିବା ପାଇଁ ମନା କରିଛନ୍ତି । ଏହା ସହ ନ ଖାଇ ଘରୁ ବାହାରିବା ପାଇଁ ମନା କରିବା ସହ ସବୁ ବେଳେ ସଙ୍ଗେ ସଙ୍ଗେ ଫୋନ ଉଠାଇବା ପାଇଁ କହିଛନ୍ତି । ବିବାହ ପରେ ମୋତେ ମୋର ଏହି ୩ଟି ଅଭ୍ୟାସକୁ ବଦଳାଇବାକୁ ପଡ଼ିଛି ବୋଲି କହିଥିଲେ ରଣବୀର । ଦୀପିକାଙ୍କୁ ପତ୍ନୀ ହିସାବରେ ପାଇ ରଣବୀର କେତେ ଖୁସି ପଚରାଯିବା ପରେ ସେ କହିଥିଲେ, ମୋ ସ୍ତ୍ରୀକୁ କାହାର ନଜର ନ ଲାଗୁ । ସେ ଶୋଇବା, ଉଠିବା ଏବଂ ସାରାଦିନ ମୋତେ ସୁନ୍ଦର ଲାଗିଥାନ୍ତି।

ସମ୍ବନ୍ଧିତ ଖବର