ଜନ୍ମ ଦିନରେ ରଣବୀରଙ୍କ ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ ମହିଳା, ଦୁହିଁଙ୍କ ଫଟୋ ଦେଖି ଉଠିବାରେ ଲାଗିଛି ଅନେକ ପ୍ରଶ୍ନ

ମୁମ୍ବାଇ: ଜୁଲାଇ ୬ରେ ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ୩୪ତମ ଜନ୍ମ ଦିନ ପାଳନ କରିଥିଲେ । ଏହି ସମୟରେ ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଣେ ମହିଳା ରଣବୀରଙ୍କୁ ଆଲିଙ୍ଗନ କରିଥିବାର ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଥିଲେ । ଯାହା ପରେ ଫଟୋଟି ଧିରେ ଧିରେ ଭାଇରାଲ ହେବାରେ ଲାଗିଥିଲା । ଫଟୋରେ ମହିଳାଜଣଙ୍କ କିଏ ସେ ନେଇ ଅନେକ ଚର୍ଚ୍ଚା ହେବା ପରେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

amarujala.com

ସୂଚନା ମୁତାବକ, ଫଟୋରେ ଦେଖା ଯାଉଥିବା ମହିଳାଜଣଙ୍କ ରଣବୀରଙ୍କ ପିଲାବେଳର ସାଙ୍ଗ ପ୍ରିୟା ତ୍ରିବେଦୀ । ପେଶାରେ ପ୍ରିୟା ଜଣେ ଭିଡିଓ ଜକି ଏବଂ ଜଣେ ମଡେଲ । ଏହା ସହ ଅନେକ ଫିଲ୍ମରେ ମଧ୍ୟ ସେ ନଜର ଆସି ସାରିଛନ୍ତି । ୨୦୧୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହମ ତୁମ୍‌ ଶବାନା’ରେ ସେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତିତ ତୁଷାର କପୁର, ଶ୍ରେୟସ ତଲ୍‌ପଡେ ଏବଂ ମିନିଷା ଲାମ୍ବା ନଜର ଆସିଥିଲେ । ରିୟାଲିଟି ସୋ’ ‘ଖତ୍‌ରୋଁ କି ଖିଲାଡି’ରେ ମଧ୍ୟ ସେ ନଜର ଆସି ସାରିଛନ୍ତି । ଲାଇମ୍‌ ଲାଇଟ୍‌ରୁ ଦୂରରେ ରହୁଥିବା ପ୍ରିୟା ସୋସିଆଲ ମିଡିଆରେ ନିଜର ଫଟୋ ପାଇଁ ଖୁବ୍‌ ଚର୍ଚ୍ଚାରେ ରହିଥାନ୍ତି ।

ସମ୍ବନ୍ଧିତ ଖବର