ରଣବୀର ସିଂହ ପ୍ରଥମେ ଚା’ ଆଣିବା କାମ କରୁଥିଲେ

ମୁମ୍ବାଇ : ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହଙ୍କ ଜନ୍ମଦିନ। ସେ ପ୍ରଖ୍ୟାତ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ ଜରିଆରେ ପରଦାକୁ ଆସିଥିଲେ। ହେଲେ ଏହା ଆଗରୁ ରଣବୀରଙ୍କୁ କି କି କଷ୍ଟ କରିବାକୁ ପଡ଼ିଥିଲା, ତାହା ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ।

ରଣବୀର ସିଂହ ଆମେରିକାରେ ମାସ୍‌ କମ୍ୟୁନିକେସନରେ ଡିଗ୍ରି ହାସଲ କରିବା ପରେ ବଲିଉଡରେ ଏଣ୍ଟ୍ରି ନେବା ପାଇଁ ପ୍ରାୟ ତିନିବର୍ଷ ଯାଏଁ ସଂଘର୍ଷ କରିଥିଲେ।

ପ୍ରଥମେ ସେ ସ୍କ୍ରିପ୍ଟ୍‌ ରାଇଟର୍‌ ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ସେ ପ୍ରଥମ କ୍ଲାସରେ ‘ଦିଓ୍ଵାର୍‌’ ଫିଲ୍ମର ସଂଳାପ କରିଥିଲେ। ଏହା ଶୁଣି ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ଏହାପରେ ରଣବୀର ସିଂହ ‘ହିରୋ’ ହେବା ପାଇଁ ନିଷ୍ପତ୍ତି ନେଲେ।

ଆମେରିକାରୁ ଭାରତ ଫେରିବା ପରେ ପ୍ରଥମେ ରଣବୀର ସିଂହ ଏକ ବିଜ୍ଞାପନ ଏଜେନ୍‌ସିରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ତା’ପରେ ସେ ଥିଏଟରରେ ଯୋଗଦେଇଥିଲେ। ଏଠାରେ ବି ତାଙ୍କୁ ବ୍ୟାକ୍‌ଷ୍ଟେଜରେ କାମ ମିଳିଲା।

ରଣବୀର ସିଂହ ଚାହୁଁଥିଲେ କି ତାଙ୍କୁ ମଞ୍ଚ ଉପରେ ଅଭିନୟ କରିବାର ସୁଯୋଗ ମିଳୁ। କିନ୍ତୁ ଚା’ ଆଣିବା, ରିହର୍ସାଲ୍‌ କରାଇବା ଭଳି କାମ ମିଳୁଥିଲା। ତା’ପରେ ସେ ଚଳଚ୍ଚିତ୍ର ଜଗତରେ କାମ ପାଇବା ପାଇଁ ସନ୍ଧାନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର