ରଣବୀରଙ୍କୁ ଡାଏଲଗ୍‌ କହିବାକୁ ମନାକଲେ ରୋହିତ୍‌ ସେଟ୍ଟୀ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ୍‌ରେ ହାଇବଜେଟ୍‌ ଚଳଚ୍ଚିତ୍ରର ତାଲିକା ଲମ୍ବା ରହିଛି । ସେହି ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଗୋଟିଏର ସୁଟିଂ ଗତକାଲିରୁ ଆରମ୍ଭ ହୋଇଛି। ଆମେ ଆପଣଙ୍କୁ ପ୍ରଯୋଜକ କରଣ ଜୋହର ଏବଂ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ ‘ସିମ୍ବା’ ଚଳଚ୍ଚିତ୍ର ବିଷୟରେ କହୁଛୁ। ନିକଟରେ ଏହାର ସୁଟିଂ ଆରମ୍ଭ ହୋଇଥିବା ବେଳେ ଚଳଚ୍ଚିତ୍ରର ରିଲିଜ୍‌ ଡ଼େଟ୍‌ ନେଇ ଏକ ଭିଡ଼ିଓ ସେୟାର କରିଛନ୍ତି କରଣ ଜୋହର ।
ଏହି ଭିଡ଼ିଓଟିରେ ରଣବୀର ସିଂ ପୁଲିସ୍‌ ଷ୍ଟେସନ୍‌ ସାମ୍ନାରେ ଚଳଚ୍ଚିତ୍ରର ଡ଼ାଏଲଗ୍‌ କହୁଥିବା ବେଳେ ତାଙ୍କୁ ରୋହିତ୍‌ ସେଟ୍ଟୀ ଅଟକାଉଥିବା ଦେଖିବାକୁ ମିଳିଛି।

ଭିଡ଼ିଓରେ ରଣବୀର ସିଂ ମରାଠୀରେ ପୁଲିସ୍‌ ଷ୍ଟେସନ୍‌ ସାମ୍ନାରେ ଚଳଚ୍ଚିତ୍ରର ଡ଼ାଏଲଗ୍‌ କହୁଥିବା ବେଳେ ରୋହିତ ସେଟ୍ଟୀ ତାଙ୍କୁ ଅଟକାଇଥିଲେ। ଠିକ୍‌ ସେହି ସମୟରେ ଅମିତ୍ରା ସିଂଙ୍କ ଝିଅ ଏବଂ ଚଳଚ୍ଚିତ୍ରର ନାୟିକା ସାରା ଅଲ୍ଲୀ ଖାନ୍‌ ଆସି ପହଞ୍ଚିଥିଲେ । ଯାହା ପରେ ରୋହିତ୍‌ ସେଟ୍ଟୀ ଏବଂ ରଣବୀର ସିଂ ତାଙ୍କୁ ଅମ୍ରିତା ସିଂ କହିଥିଲେ। ଯାହା ପରେ କରଣ ଜୋହର ଆସି ଏପରି ମସ୍ତି ଆଉ ଦେଖିବା ପାଇଁ ଡ଼ିସେମ୍ବର ୨୮ରେ ସିନେମା ହଲ୍‌କୁ ଦେଖିବାକୁ ଯାଆନ୍ତୁ ବୋଲି କହୁଥିବାର ଦେଖାଦେଇଥିଲେ।
‘ସିମ୍ବା’ର ପ୍ରଥମ ଲୁକ୍‌ରେ ରଣବୀର ସିଂଙ୍କୁ ପୁଲିସ୍‌ ଅବତାରରେ ଦେଖିବାକୁ ମିଳିଥିବା ବେଳେ ଚଳଚ୍ଚିତ୍ରର କାହାଣୀ ‘ସିଘଂମ୍‌’ ଚଳଚ୍ଚିତ୍ର କାହାଣୀ ସହ ସାମଞ୍ଜସ୍ୟ ଥିବା କୁହାଯାଉଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନେତା ରଣବୀର ଥିବା ବେଳେ ଅଭିନେତ୍ରୀ ଭାବେ ନଜର ଆସିବେ ସାରା ଅଲ୍ଲୀ ଖାନ୍‌ ।

ସମ୍ବନ୍ଧିତ ଖବର