ରଣବୀର କପୁର-ରଣବୀର ସିଂହଙ୍କ ସହ ଫିଲ୍ମ କରିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଜଣାଇଲେ ଆଲିଆ

ମୁମ୍ବାଇ : ରଣବୀର ସିଂହଙ୍କ ସହ ଗଲି ବଏ ଏବଂ ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର କାମ କରି ଦୁହିଁଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ସେ ବିଷୟରେ ଜଣାଇଛନ୍ତି ଆଲିଆ । ରଣବୀର କପୁର ଏବଂ ତାଙ୍କ ପରିବାର ସହ ନ୍ୟୁୟର୍କରେ ନବ ବର୍ଷ ପାଳନ କରିବା ପରେ ମୁମ୍ବାଇ ଫେରି ‘ଗଲି ବଏ’ର ପ୍ରମୋସନରେ ଲାଗି ପଡ଼ିଛନ୍ତି ଆଲିଆ । ପ୍ରମୋସନ ସମୟରେ ତାଙ୍କୁ ରଣବୀର ସିଂହ ଏବଂ ରଣବୀର କପୁରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ବୋଲି ପଚରାଯାଇଥିଲା ।

ndtv.com

ଏହାର ଉତ୍ତରରେ ଆଲିଆ କହିଛନ୍ତି, ଦୁହେଁ ପାଖାପାଖି ସମାନ । ଦୁହେଁ ବହୁତ ଭଲ ଅଭିନେତା ଏବଂ ନିଜ କାମକୁ ନେଇ ଗମ୍ଭୀର । ଦୁହିଁଙ୍କ ମଧ୍ୟରେ ଯଦି ପାର୍ଥକ୍ୟ ପଚରାଯାଏ, ତେବେ କେବଳ ଗୋଟିଏ ପାର୍ଥକ୍ୟ ରହିଛି, ତାହା ହେଉଛି ‘ଗଲି ବଏ’ ଏବଂ ‘ବ୍ରହ୍ମାସ୍ତ୍ର’ । ଆଲିଆଙ୍କ ଏଭଳି ଉତ୍ତର ପରେ ଖୁବ୍‌ ଚତୁରତା ସହ ସେ ଏହି ପ୍ରଶ୍ନର ଉତ୍ତର ରଖିଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର