ମୁମ୍ବାଇ : ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବଲିଉଡ୍ର ନମ୍ବର ଓ୍ଵାନ୍ କଳାକାରମାନଙ୍କ ମଧ୍ୟରେ ନିଜର ନାଁ ସାମିଲ କରି ସାରିଥିବା ବେଳେ ଗତ ନଭେମ୍ବର ମାସରେ ଦୁହେଁ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ । ବିବାହ ପରେ ଅନ୍ୟମାନଙ୍କ ଭଳି ଦୁହିଁଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥିବା ଦେଖା ଯାଇଥିଲା । ବିବାହ ପରେ ରଣବୀର ଠିକ୍ ସମୟରେ ଘରକୁ ଆସିବା ସହ ଫୋନ ଉଠାଇବାକୁ ନେଇ ସଚେତନ ହୋଇ ଯାଇଥିବା ବେଳେ ଏବେ ସେ ଦୀପିକାଙ୍କ ପାଇଁ ଏକ ବଡ଼ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ମନା କରି ଦେଇଛନ୍ତି ।
/sambad/media/post_attachments/wp-content/uploads/2019/04/2c8b577a-17ba-11e9-b6e9-9c4bb39de67f-300x169.jpeg)
ପୂର୍ବରୁ ସେ ଏକ କଣ୍ଡୋମ ବ୍ରାଣ୍ଡକୁ ସମର୍ଥନ କରିବା ସହ ବିଜ୍ଞାପନ କରୁଥିବା ବେଳେ ଏବେ ସେ ଏହାକୁ ଆଗକୁ ବଢ଼ାଇବେ ନାହିଁ ବୋଲି କମ୍ପାନୀକୁ ସ୍ପଷ୍ଟ ବାକ୍ୟରେ କହି ଦେଇଥିବା ଜଣା ପଡ଼ିଛି । ଏହାର କାରଣ ଦୀପିକା ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନ୍ୟ ପକ୍ଷରେ, ବିଜ୍ଞାପନ ପାଇଁ ରଣବୀର ଅଧିକ ଟଙ୍କା ମାଗିଥିବାରୁ କମ୍ପାନୀ ରଣବୀରଙ୍କ ସହ କରିଥିବା କଣ୍ଟ୍ରାକ୍ଟ ଶେଷ କରି ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ସେ କଣ୍ଡୋମ କମ୍ପାନୀର ସାଥ୍ ଛାଡ଼ିଲେ, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ।