ଦୀପିକାଙ୍କ ପାଇଁ ମନ ଛୁଇଁବା ଭଳି ଚିଠି ଲେଖିଲେ ରଣବୀର, ଜଣାଇଲେ ଦୀପିକାଙ୍କ ସହ ଜଡ଼ିତ ଅନେକ ବ୍ୟକ୍ତିଗତ କଥା

ମୁମ୍ବାଇ : ବଲିଉଡ୍‌ କଳାକାର ରଣବୀର ସିଂହ ଏବଂ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ଦୁଇ ମାସ ହୋଇ ସାରିଥିବା ବେଳେ ଦୁହେଁ ନିଜ ନିଜ କାମକୁ ନେଇ ବ୍ୟସ୍ତ ଅଛନ୍ତି । କିନ୍ତୁ ଏତେ ବ୍ୟସ୍ତତା ଭିତରେ ମଧ୍ୟ ଦୁହେଁ ପରସ୍ପର ସହ ସମୟ ବିତାଉଥିବା ଦେଖାଯାଇଛି । କିଛି ଦିନ ତଳେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ରଣବୀର ଦୀପିକାଙ୍କ ଜିନ୍ସ ପ୍ୟାଣ୍ଟରେ ଲାଗିଥିବା ମଇଳାକୁ ସଫା କରୁଥିବାର ନଜର ଆସିଥିଲେ । ଭିଡିଓରୁ ଦୁହିଁଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି, ତାହା ସ୍ପଷ୍ଟ ଜଣା ପଡ଼ି ଯାଉଥିଲା । ଏବେ ରଣବୀର ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠି ଭାଇରାଲ ହେବାରେ ଲାଗିଛି ।

Siasat

ଏହି ଚିଠିରେ ଲେଖାଯାଇଛି, ‘ମୁଁ ଆଜି ପର୍ଯ୍ୟନ୍ତ ମୋ ଜୀବନରେ ଦୀପିକାଙ୍କ ଭଳି ମଣିଷଙ୍କୁ ଭେଟି ନାହିଁ । ଏହା ମୁଁ ସେ ମୋ ପତ୍ନୀ ବୋଲି କହୁ ନାହିଁ । ତାଙ୍କ ପାଇଁ ମୋ ମନରେ ଥିବା ଭାବନା ବ୍ୟକ୍ତ କରିବା ବହୁତ କଷ୍ଟ । ଶବ୍ଦରେ ମୁଁ ମୋର ଭାବନା ବ୍ୟକ୍ତ କରି ପାରିବି ନାହିଁ । କିନ୍ତୁ ଚେଷ୍ଟା କରୁଛି। ମୁଁ ପୂରା ଭରସାର ସହ କହି ପାରିବି କି, ସାରା ବିଶ୍ୱରେ ମୁଁ ତାଙ୍କର ସବୁଠାରୁ ନିକଟତର । ତାଙ୍କୁ ଅତି ପାଖରୁ ମୁଁ ଜାଣିଛି । ଦୀପିକାଙ୍କ ଭିତରେ ଏକ ବ୍ରହ୍ମାଣ୍ଡ ରହିଛି । ଭଲ ପାଇବା, କରୁଣା,ଦୟା,ବୁଦ୍ଧି,ସୌନ୍ଦର୍ଯ୍ୟ,ଅନୁଗ୍ରହ ଏବଂ ସହାନୁଭତି ତାଙ୍କ ମଧ୍ୟରେ ଭରି ରହିଛି । ଏ ସବୁ ଗୁଣ ତାଙ୍କ ଏକ ଭଲ କଳାକାର କରି ପାରିଛନ୍ତି । ମୁଁ ବିଶ୍ୱର ସବୁଠାରୁ ଭାଗ୍ୟବାନ ସ୍ୱାମୀ । ଯିଏ ଦୀପିକାଙ୍କ ଭଳି ପତ୍ନୀ ପାଇ ପାରିଛି । ସେ ବାସ୍ତବରେ ମୋ ଜୀବନର କିରଣ ବୋଲି ଲେଖିଛନ୍ତି ରଣବୀର । ତାଙ୍କର ଏହି ଚିଠି ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଦୀପିକାଙ୍କ ପ୍ରତି ତାଙ୍କର ଭଲ ପାଇବା ଏବଂ ସମ୍ମାନ କେତେ ତାହା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର