ବିବାହ ପରେ ରଣବୀରଙ୍କ ଘରକୁ ଯିବେ ନାହିଁ ଦୀପିକା,ଜାଣନ୍ତୁ କାରଣ?

ମୁମ୍ବାଇ : ନଭେମ୍ବର ୧୪-୧୫ରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ଅଭିନେତା ରଣବୀର ସିଂହ । ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଦୀପିକା ନିଜ ବିବାହ ପାଇଁ ୨୦ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ମଧ୍ୟ କିିଣି ସାରିଥିବା ଜଣା ପଡ଼ିଛି । ତେବେ ବିବାହ ପରେ ଦୁହେଁ ରହିବେ କେଉଁଠି ତାହା ସ୍ଥିର ହୋଇ ପାରି ନାହିଁ । ଦୁହିଁଙ୍କୁ ନିଜ ସ୍ୱପ୍ନର ଘର ମିଳି ନଥିବାରୁ ବିବାହ ପରେ ଦୁହେଁ ଦୀପିକା ରହୁଥିବା ପ୍ରଭାଦେବୀ ଆପାର୍ଟମେଣ୍ଟରେ ରହିବେ ବୋଲି ଜଣାପଡ଼ିଛି ।

Masala!

ପ୍ରଭାଦେବୀ ଆପାର୍ଟମେଣ୍ଟରେ ଦୀପିକାଙ୍କ ଫ୍ଲାଟ୍‌ ୨୬ ମହଲା ଉପରେ ଥିବା ବେଳେ ବିବାହର ତୁରନ୍ତ ପରେ ଦୁହେଁ ସେଠାରେ ରହିବେ । ଅନ୍ୟ ପକ୍ଷରେ ରଣବୀରଙ୍କ ମାତା-ପିତା ଏବଂ ତାଙ୍କ ଭଉଣୀ ବେଙ୍ଗାଲୁରୁରେ ରହିବେ ବୋଲି ଜଣାପଡ଼ିଛି । ଘର ମିଳି ପାରି ନଥିବାରୁ ଦୀପିକାଙ୍କୁ ଏକା ଛାଡ଼ିବା ପାଇଁ ରାଜି ହୋଇ ନଥିଲେ ରଣବୀର, ଯେଉଁଥି ପାଇଁ ସେ ମଧ୍ୟ ଦୀପିକାଙ୍କ ସହ ତାଙ୍କ ଫ୍ଲାଟ୍‌ରେ ରହିବା ପାଇଁ ନିଷ୍ପତ୍ତିି ନେଇଥିଲେ ।

ସମ୍ବନ୍ଧିତ ଖବର