ମୁମ୍ବାଇ: ବଲିଉଡ଼୍ ପପୁଲାର୍ ହିରୋଇନ୍ ଦୀପିକା ପାଦୁକୋନ୍ଙ୍କ ପରେ ଏବେ ତାଙ୍କର ବୟଫ୍ରେଣ୍ଡ୍ ରଣବୀର ସିଂହ ବି ହଲିଉଡ଼୍ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ ରଣବୀର ସିଂହ ଖୁବ୍ଶୀଘ୍ର ହଲିଉଡ଼୍ ଫିଲ୍ମ ‘ଡ଼େଡ଼୍ ପୁଲ୍ -୨’ଜରିଆରେ ଏହି ଡ଼େବ୍ୟୁ କରୁଛନ୍ତି। ‘ଡ଼େଡ଼୍ ପୁଲ୍-୨’ ରେ ମୁଖ୍ୟ ଭୂମିକାରେ ଅଛନ୍ତି ରେନାଲ୍ଡ଼ସ୍। ଏହି ଫିଲ୍ମରେ ରଣବୀର ସିଂହ ରୟାନ୍ ରେନଲ୍ଡ଼ସଙ୍କ ପାଇଁ ହିନ୍ଦୀରେ ଡ଼ବିଂ କରିବେ ।ଆହୁରି ମଧ୍ୟ କୁହାଯାଉଛି ଯେ ‘ଡ଼େଡ଼୍ ପୁଲ୍-୨’ର ଟ୍ରେଲରରେ ରଣବୀର ସିଂହ ନିଜର ଭଏସ୍ ଦେଇ ସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ରଣବୀର ସିଂହ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆକ୍ସନ୍ କମେଡ଼ି ‘ସିମ୍ବା’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି। କୁହାଯାଉଛି ଏଥିରୁ ସମୟ ବାହାର କରି ରଣବୀର ସିଂହ ଫିଲ୍ମ ‘ଡ଼େଡ଼୍ ପୁଲ୍-୨’ର ଡ଼ବିଂ କରିବେ।ଏକଥା ଜାଣିବାପରେ ରଣବୀର ସିଂହଙ୍କ ଫ୍ୟାନ୍ମାନେ ନିଶ୍ଚିତ ଭାବେ ଅଧିକ ଉତ୍ସାହିତ ହେବେ। କାରଣ ସେମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କର କଣ୍ଠସ୍ୱର ଶୁଣିବାକୁ ପାଇବେ ଏକ ହଲିଉଡ଼୍ ଫିଲ୍ମରେ।
‘ଡ଼େଡ଼୍ ପୁଲ୍-୨’ ହେଉଛି ୨୦୧୬ର ସିନେମା ‘ଡ଼େଡ଼୍ ପୁଲ୍’ର ସିକ୍ୱେଲ୍ ।ଏହା ଏକ ଆକ୍ସନରେ ଭରପୁର ସୁପରହିରୋ ସିନେମ।ା