ଆର ଜନ୍ମରେ ବିବାହ ପାଇଁ ରବିନାଙ୍କୁ ମିଳିଲା ପ୍ରସ୍ତାବ

ମୁମ୍ବାଇ: ଲକଡାଉନ ସମୟରେ ଏବେ ସମସ୍ତେ ଘରେ ଥିବାବେଳେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି | ତେବେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନିଜ ପ୍ରଶଂସକଙ୍କ ସହ ଚାଟିଙ୍ଗ ଏବେ ଭାଇରଲ ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ ରବିନା ନିଜ ଇନଷ୍ଟାଗ୍ରାମରେ କିଛି ପୁରୁଣା ଫଟୋ ସେୟାର କରିଥିଲେ | ବରଫ ଆସ୍ତରଣ ପାହାଡ଼ ସାମ୍ନାରେ ରବିନା କିଛି ଫଟୋ ପୋଷ୍ଟ କରିଥିଲେ | ଏହାକୁ ଦେଖି ଜଣେ ପ୍ରଶଂସକ ରବିନାଙ୍କୁ ପ୍ରପୋଜ କରିଥିଲେ | ଏ ଜନ୍ମରେ ନ ହେଲେ ନାହିଁ ଆର ଜନ୍ମରେ ବିବାହ କରିବାକୁ ପ୍ରପୋଜ କରିଥିଲେ | ଫ୍ୟାନଙ୍କର ଏହି ପ୍ରପୋଜର ଉତ୍ତର ମଧ୍ୟ ରବିନା ଦେଇଥିଲେ | ରବିନା ଲେଖିଥିଲେ ଯେ ଆର ଜନ୍ମ କଥା ଛାଡ଼ନ୍ତୁ ସାତ ଜନ୍ମ ପାଇଁ ସେ ତାଙ୍କ ସ୍ୱାମୀଙ୍କ ସହ ରହିବେ ବୋଲି ବଚନ ଦେଇଛନ୍ତି | ତେଣୁ ତାଙ୍କୁ କ୍ଷମା କରିବାକୁ ରବିନା କହିଥିଲେ |

ସମ୍ବନ୍ଧିତ ଖବର