ଐଶ୍ୱର୍ଯ୍ୟାଙ୍କ ପାଇଁ ରେଖା ଲେଖିଲେ ଏଭଳି ଏକ ଭାବନାତ୍ମକ ପତ୍ର…

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କର  ବିଗ୍ ବି ଅମିତାଭ ବଚ୍ଚନଙ୍କ ବୋହୂ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ଖୁବ୍‌ ସୁନ୍ଦର ସମ୍ପର୍କ ରହିଛି। ଅନେକ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ତେବେ ନିକଟରେ ରେଖା ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମରେ ଏକ ପତ୍ରିକାରେ ଭାବନାତ୍ମକ ପତ୍ର ଲେଖି ନିଜ ଭିତରେ ଥିବା ଭଲ ପାଇବାକୁ ଦେଖାଇଛନ୍ତି। ରେଖା ଏହି ସୁନ୍ଦର ପତ୍ରର ଆରମ୍ଭ ‘ମୋ ଏଶ୍‌’ ଓ ଅନ୍ତ ‘ରେଖା ମା’ ଲେଖି କରିଛନ୍ତି।

ରେଖା ପତ୍ରରେ ଐଶ୍ୱର୍ଯ୍ୟାଙ୍କ ଅନେକ ଭଲଗୁଣ  ସମ୍ପର୍କରେ ଆଲୋଚନା କରି ଲେଖିଛନ୍ତି, ‘ଏଶ୍‌ ତୁମେ ପ୍ରତ୍ୟେକ ଚରିତ୍ରକୁ ଖୁବ୍‌ ଜୀବନ୍ତ ଭାବେ ଉପସ୍ଥାପିତ  କରିପାର। ସେ ବାସ୍ତବ ଜୀବନରେ ହେଉ ଅବା ରିଲ ଲାଇଫ୍‌ରେ। ତୁମ ଭଳି ମହିଳା ସେହି ନଦୀ ଭଳି ଯେଉଁ ନଦୀକୁ କେହି ବନାଇ ନଥାଆନ୍ତି, ସେ ନିଜ ଇଚ୍ଛାରେ ଆଗକୁ ବଢ଼ି ଚାଲିଥାଏ ଏବଂ ନିଜ ଲକ୍ଷ୍ୟରେ ଏଭଳି ଭାବେ ପହଞ୍ଚି ଥାଏ କି ଯାହାର ଅସ୍ତିତ୍ୱକୁ କେହି ହଟାଇ ପାରନ୍ତି ନାହିଁ। ଲୋକମାନେ ଭୁଲି ଯାଇ ପାରନ୍ତି ତୁମେ କ’ଣ କହିଛ, କ’ଣ କରିଛ କିନ୍ତୁ ମୁଁ କେବେ ଏସବୁ କୁ ପାସୋରି ପାରିବି ନାହିଁ। ତୁମେ ସବୁବେଳେ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରାଇଥାଏ।’

‘ତୁମେ ତୁମ ଭିତରେ ସମ୍ପୂର୍ଣ୍ଣ । ଦୁନିଆକୁ କିଛି ବି ପ୍ରମାଣ କରି ତୁମକୁ ଦେଖାଇବାର ନାହିଁ। ତୁମର ସବୁ ଚରିତ୍ର ମୋତେ ପସନ୍ଦ, କିନ୍ତୁ ସବୁଠାରୁ ଅଧିକ ପସନ୍ଦ ଆରଧ୍ୟାର ମା’ ହେବା ଚରିତ୍ର। ତୁମ ପାଇଁ ମୁଁ ସବୁବେଳେ ଖୁସିର ପ୍ରାର୍ଥନା କରିବି, ଖୁସିର ରୁହ…ରେଖା ମା’।’

ସମ୍ବନ୍ଧିତ ଖବର