ରିସେପ୍‌ସନ୍‌ ପାର୍ଟିରେ ରେଖାଙ୍କ ଗଳାରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୂର କାହିଁକି ଥିଲା ?

ବଲିଉଡ ନାୟକ, ନାୟିକାଙ୍କର ଲିଙ୍କ୍‌ଅପ୍‌ ଓ ବ୍ରେକ୍‌ଅପ୍‌ , ଗୁପ୍ତ ବିବାହ ଆଦି ଘଟଣା ଅନେକ ସମୟରେ ଚର୍ଚ୍ଚାକୁ ଆସେ ଓ କେତେବେଳେ ତାହାକୁ ଗୁଜବ ବୋଲି କୁହାଯାଏ । ତେବେ ବଲିଉଡର ଏଭଳି ଚର୍ଚ୍ଚିତ କଳାକାରଙ୍କ ବ୍ୟକ୍ତିଗତ ଜୀବନର କଥା ସଂପର୍କରେ ଆସନ୍ତୁ ଜାଣିବା….
ବିଗ୍‌ ବି ଅମିତାଭ ବଚ୍ଚନ, ଗ୍ଲାମରସ୍‌ ରେଖା ଓ ସିଂପଲ୍‌ ଜୟା ଭାଦୁଡିଙ୍କ ବାସ୍ତବ ଜୀବନର ପ୍ରେମ ତ୍ରିକୋଣକୁ ଚର୍ଚ୍ଚା ସବୁବେଳେ ହୋଇଥାଏ । ଅମିତାଭ ଓ ରେଖା ପ୍ରଥମେ ‘ ଦୋ ଅନ୍‌ଜାନେ’ ର ସୁଟିଂ ସେଟ୍‌ରେ ପରସ୍ପର ସହିତ ପରିଚିତ ହୋଇଥିଲେ । ସେ ଦୁହେଁ ପରେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଏକାଠି କାମ କରିଥିଲେ ।

ତେବେ ଉଭୟଙ୍କୁ ଏକାଠି ଶେଷ ଥର ପାଇଁ ୟଶ୍‌ ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ସିନେମା ‘ ସିଲ୍‌ ସିଲା ’ ରେ ଦେଖିବାକୁ ମିଳିଥିଲା । କୁହାଯାଏ ଯେ ଜୟାଙ୍କୁ ବିବାହ କରିବା ପରେ ବି ଅମିତାଭ ରେଖାଙ୍କ ସହ ସଂପର୍କ ରିଥିଲେ । ଖାଲି ସେତିକି ନୁହେଁ , ସେ ଦୁହେଁ ଗୋପନ ବିବାହ ମଧ୍ୟ କରିଥିଲେ ବୋଲି ଶୁଣିବାକୁ ମିଳୁଥିଲା ।

ରେଖା ସେଥିପାଇଁ ସିନେମାରେ ସବୁବେଳେ ସିନ୍ଦୂର ପିନ୍ଧିଥାଆନ୍ତି । ଋଷି କପୁର ଓ ନୀତୁ ସିଂହଙ୍କ ମ୍ୟାରେଜ୍‌ ରିସେପ୍‌ସନ୍‌ ପାର୍ଟିରେ ବି ରେଖାଙ୍କ ଗଳାରେ ମଙ୍ଗଳସୂତ୍ର ଓ ସିନ୍ଥିରେ ସିନ୍ଦୂର ଦେଖିବାକୁ ମିଳିଥିଲା । ତେବେ ଅମିତାଭ ଓ ରେଖା ସଂପର୍କରେ କିଛି ଭବିଷ୍ୟତ ନାହିଁ ବୋଲି ଜାଣି ପରସ୍ପରକୁ ଦୂରେଇ ଯାଇଥିଲେ ।

ସମ୍ବନ୍ଧିତ ଖବର