ବହୁ ବାଦବିବାଦପରେ ଆଜି ରିଲିଜ୍‌ ହେଉଛି ‘କେଦାରନାଥ୍‌’

ମୁମ୍ବାଇ: :ଆଜି ( ଡିସେମ୍ବର ୭ ତାରିଖରେ) ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ୍‌’ ରିଲିଜ୍‌ ହେଉଛି । ଏହି ସିନେମାରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ। ତେବେ ‘କେଦାରନାଥ’ରିଲିଜ୍‌ ହେବା ଆଗରୁ ବିବାଦରେ ଫସି ଥିଲା ।
ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁ-ମୁସଲିମ୍‌ ନାୟକ-ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଛି। ଏହି କାରଣରୁ ‘କେଦାରନାଥ୍‌’ର ଟାଇଟଲ ବଦଳାଯାଉ ବୋଲି ଦାବି ହୋଇଥିଲା , ସେ ଯାହା ହେଉନା କାହିଁକି ‘କେଦାରନାଥ୍‌’ ରିଲିଜ୍‌ ହେଉଛି ।
ବଲିଉଡ଼୍‍ର ଲାଟେଷ୍ଟ୍‍ ସେନସେସନ୍‌ ସାରା ଅଲ୍ଲୀ ଖାନ୍‌ ‘କେଦାରନାଥ୍‌’ଫିଲ୍ମରୁ ଡ଼େୁବ୍ୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନିଆଯାଇଥିଲା। କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେଲା। ପ୍ରେରଣା ଅଭିଯୋଗ କରିଲେ ଯେ,ଅଭିଷେକ ଜାଣିଶୁଣି ଫିଲ୍ମର ବଜେଟ୍‌ ବଢ଼ାଇଛନ୍ତି।ଅନ୍ୟପକ୍ଷରେ ଅଭିଷେକ କପୁର କହିଲେ ଯେ‘କେଦାରନାଥ’୍‌ ଫିଲ୍ମର ୟୁନିଟ୍‌ ସଦସ୍ୟମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ହେତୁ ଏହାର ସୁଟିଂ ବନ୍ଦ ରହିଥିଲା।


ଏହାପରେ ‘କେଦାରନାଥ୍‌’ର ରିଲିଜ୍‌କୁ ନେଇ ଅଚଳାବସ୍ଥା ଦେଖା ଦେଇଥିଲା। ଏବେ କିନ୍ତୁ ଜଣେ ପ୍ରଯୋଜକ ଏହି ଫିଲ୍ମର ନିର୍ମାଣ ଅଧିକାର କିଣିବା ପରେ ସବୁ ଠିକ୍‌ଠାକ୍‌ ହୋଇଯାଇଥିଲା।ପ୍ରଖ୍ୟାତ ପ୍ରଯୋଜକ ରୋନି ସ୍କ୍ରୁଓ୍ଵାଲା‘କେଦାରନାଥ୍‌’ର ଅବଶିଷ୍ଟ କାମ ଶେଷ କରିଲେ।ସେ ପ୍ରଯୋଜକ ଭୂଷଣ କୁମାର ଓ ପ୍ରେରଣା ଅରୋରାଙ୍କୁ ୧୪ କୋଟି ଓ ଏକତା କପୁର ୮ କୋଟି ଟଙ୍କା ଦେଇଥିଲେ।

ସମ୍ବନ୍ଧିତ ଖବର