ଆଜି ଶୁଭମୁକ୍ତି :ବଜରଙ୍ଗୀ

ସାର୍ଥକ ଟିଭି ଓ ମୁନ୍‌ ଟିଭିର ମିଳିତ ପ୍ରଯୋଜନାରେ ନିର୍ମିତ ‘ ବଜରଙ୍ଗୀ’ ଆଜି ରିଲିଜ୍‌ ହେଉଛି। ଏହା ଏକ ଆକ୍ସନ ପ୍ୟାକଡ ଫ୍ୟାମିଲି ଫିଲ୍ମ । ଶଚିକାନ୍ତ ଜେନା ଏହାର କାହାଣୀକାର ଏବଂ ପ୍ରଯୋଜକ ଓ ବିନି ପଟ୍ଟନାୟକ ନିର୍ଦ୍ଦେଶକ । ଏଥିରେ ସିଦ୍ଧାନ୍ତ, ଅମ୍ଳାନ, ଅନୁଭା, ନୈନା ଦାଶ ଓ ଅସିତ ପତି ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ ।

ଏଥିରେ ପ୍ରଥମ ଥରପାଇଁ ଅମ୍ଳାନ-ଅନୁଭାଙ୍କ ଯୋଡକୁ ଦେଖିବାକୁ ପାଇବେ ଦର୍ଶକ। ତା’ଛଡ଼ା ଦ୍ୱିତୀୟ ଥରଲାଗି ସିଦ୍ଧାନ୍ତଙ୍କ ବିପକ୍ଷରେ ନଜର ଆସିଛନ୍ତି ନୈନା ଦାଶ। ଏଥିରେ ଅମ୍ଳାନ ଓ ଅନୁଭା ଉଭୟେ ପୁଲିସ ଭୂମିକାରେ ନଜର ଆସିବେ। ଏହାର କାହାଣୀ ଦୁଇଭାଇଙ୍କ ଟକ୍କର ଉପରେ ଆଧାରିତ ବୋଲି କୁହାଯାଉଛି। ଡ଼. ରଜନୀ ରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ।‘ବଜରଙ୍ଗୀ’ ହେବ ଏ ବର୍ଷର ୩୨ତମ ଓଡ଼ିଆ ସିନେମା ।

ସମ୍ବନ୍ଧିତ ଖବର