ବାବୁସାନ୍‌ କି ଅରିନ୍ଦମ୍‌ ହୋଇପାରି ନଥିଲେ ଏହି ସିନେମାର ରିମେକ୍‌ର ହିରୋ !

ବାବୁସାନ୍‌ କି ଅରିନ୍ଦମ୍‌ ହୋଇପାରି ନଥିଲେ ଏହି ସିନେମାର ରିମେକ୍‌ର ହିରୋ !

ଭୁବନେଶ୍ୱର: ସଂପ୍ରତି ବାବୁସାନଙ୍କ ଅଭିନୀତ ‘ହିରୋ ନମ୍ବର ଓ୍ଵାନ୍‌’ ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି। ଏହାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।‘ହିରୋ ନମ୍ବର ଓ୍ଵାନ୍‌’ ହେଉଛି ନିର୍ଦ୍ଦେଶକ ହେଲେ ତାପସ ସରଘରିଆ –ବାବୁସାନ୍‌ ଯୋଡିର ପ୍ରଥମ ସିନେମା।ଠିକ୍‌ ସେହିପରି ପୂଜାବଜାରରେ ଅରିନ୍ଦମ୍‌ ବି ଆସିଛନ୍ତି ନୂଆ ସିନେମା ନେଇ। ଏହା ହେଲା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଶିବା ନଟ୍‌ ଆଉଟ୍‌’। ହେଲେ ଆପଣମାନେ ଜାଣନ୍ତି କି ଏ ଦୁଇ ନାୟକ ଏକଦା ଏକ ପୁରୁଣା ସୁପରହିଟ୍‌ ସିନେମାର ରିମେକର ନାୟକ ହେବାର ସୁଯୋଗ ପାଇଥିଲେ, କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା।

ବ୍ରଜରାଭ ମୁଭିଜ୍‌ ହେଉଛି ଓଲିଉଡର ଏକ ଲୋକପ୍ରିୟ ଯୋଜନା ସଂସ୍ଥା । ଏହି ବ୍ୟାନର୍‌ରେ ଅନେକ ହିଟ୍‌ ସିନେମା ନିର୍ମିତ ହୋଇଛି ।୧୯୮୪ ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ସିନେମା ‘ ଦଣ୍ଡାବାଳୁଙ୍ଗା’ ଥିଲା ବ୍ରଜରାଜ ମୁଭିଜର ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର । ଏହାର ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମହସିନ୍‌ । ଏଥିରେ ଉତ୍ତମ ମହାନ୍ତି, ଅପରାଜିତା, ବିଜୟ ମହାନ୍ତି ,ହେମନ୍ତ ଦାସ, ସୁଜାତା,ନରି ଓ ଛନ୍ଦିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାର ସଂଳାପ ଲେଖିଥିଲେ ଡ଼ ସୁବୋଧ ପଟ୍ଟନାୟକ।ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।
୨୦୧୪ରେ ଏହି ପ୍ରଯୋଜନା ସଂସ୍ଥା ତା’ର ଏକ ନୂଆ ସିନେମା ‘ଦଣ୍ଡାବାଳୁଙ୍ଗା’ କାମ ଆରମ୍ଭ କରିଥିଲେ । ବ୍ରଜରାଭ ମୁଭିଜ୍‌ ଦୀର୍ଘ ତିରିଶି ବର୍ଷ ପରେ ପୁଣି ‘ଦଣ୍ଡାବାଳୁଙ୍ଗା’ର ରିମେକ୍‌ ତିଆରି ଆରମ୍ଭ କରିଥିଲା । ତେବେ ଏହାର ମୂଳ କାହାଣୀ ସମାନ ରହିବ, କିନ୍ତୁ ଆଜିକାଲି ପରିବେଶକୁ ଦୃଷ୍ଟିରେ ରଖି କେତେକ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଥିଲା । ଏହାର ସ୍କ୍ରିପ୍ଟ କାମ ଆରମ୍ଭ ହୋଇଥିଲା । ଏହାର ସଂଳାପ ଲେଖଥିଲେ ରଣଜିତ୍‌ ପଟ୍ଟନାୟକ । ପୂର୍ବରୁ ପହିଲି ରଜ ଓ ‘ ରୁମକୁ ଝୁମାନା’ ପରି ସିନେମାର ନିର୍ଦ୍ଦେଶନା ଦେଇଥିବା ତାପସ ସରଘରିଆ ନୂଆ ‘ ଦଣ୍ଡାବାଳୁଙ୍ଗା’ ର ନିର୍ଦ୍ଦେଶକ ଏବଂ ଅଭିଜିତ୍‌ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।
ବ୍ରଜରାଜ ମୁଭିଜ୍‌ ଯେତେବେଳେ ଏହି ପ୍ରୋଜେକ୍ଟର ପ୍ଲାନିଂ କରୁଥିଲେ, ସେତେବେଳେ ଉତ୍ତମ ମହାନ୍ତିଙ୍କ ପୁତ୍ର ବାବୁସାନ୍‌ଙ୍କୁ ଟାଇଟଲ୍‌ ରୋଲରେ ନେବେ ବୋଲି ଠିକ୍‌ କରିଥିଲେ । ଶୁଣିବାକୁ ମିଳିଥିଲା ଯେ ବାବୁଶାନ୍‌ ଏହି ସିନେମା ପାଇଁ ସାଇନିଂ ଏମାଉଣ୍ଟ ମଧ୍ୟ ନେଇଥିଲେ,ମାତ୍ର ମଝିରେ ସେ ପୁପିନ୍ଦରଙ୍କ ‘ଡାହାବାଳୁଙ୍ଗା’ ରେ ଅଭିନୟ କରିଥିଲେ । ଏଣୁ ବ୍ରଜରାଜ ମୁଭିଜ୍‌ ବାବୁଶାନ୍‌ଙ୍କୁ ପ୍ରୋଜେକ୍ଟରୁ ଆଉଟ୍‌ କରିଥିଲେ । ତାଙ୍କ ସ୍ଥାନରେ ବ୍ରଜରାଜ ମୁଭିଜର ଆବିଷ୍କାର ଅରିନ୍ଦମ୍‌ ଙ୍କୁ ନିଆଯାଇଥିଲା । ଅରିନ୍ଦମ୍‌ଙ୍କୁ ବ୍ରଜରାଜ ମୁଭିଜ୍‌ ‘ ପ୍ରେମ ଋତୁ ଆସିଲା ରେ ’ ସିନେମାରେ ଲଞ୍ଚ କରିଥିଲେ । ତା’ପରେ ସେ ଏହି ବ୍ୟାନରର ମୁଁ ତତେ ଲଭ କରୁଛି ଓ ରୋମିଓ ଦ ଲଭରବୟ ଭଳି ସିନେମାରେ ବି ପରେ କାମ କରିଥିଲେ । ଏହା ତାଙ୍କର ବ୍ରଜରାଜ ମୁଭିଜ୍‌କୁ କମ୍‌ବ୍ୟାକ ହୋଇଥାନ୍ତା ।

ସମ୍ବନ୍ଧିତ ଖବର