ନିର୍ବନ୍ଧ ପରେ ପ୍ରିୟଙ୍କାଙ୍କୁ ଖୁସିରେ ରଖିବା ପାଇଁ ନିକ୍‌ଙ୍କୁ ଚେତାବନୀ ଦେଲେ ପରିଣୀତି ଚୋପ୍ରା

ମୁମ୍ବାଇ: ଶନିବାର ମୁମ୍ବାଇ ସ୍ଥିତ ପ୍ରିୟଙ୍କାଙ୍କ ଘରେ ଭାରତୀୟ ରୀତିନୀତି ଅନୁଯାୟୀ ପ୍ରିୟଙ୍କା ଏବଂ ନିକ୍‌ଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା । ପ୍ରିୟଙ୍କାଙ୍କ ଖୁସିରେ ସାମିଲ ହୋଇଥିଲେ ତାଙ୍କର ଅନେକ ସଂପର୍କୀୟ । ପ୍ରଥମ ଅତିଥି ଥିଲେ ପ୍ରିୟଙ୍କାଙ୍କ ଭଉଣୀ ତଥା ବଲିଉଡ୍‌ ଅଭିନେତ୍ରୀ ପରୀଣିତି ଚୋପ୍ରା । ନିର୍ବନ୍ଧ ପରେ ପରୀଣିତି ପ୍ରିୟଙ୍କାଙ୍କ ସହ ଫଟୋ ପୋଷ୍ଟ କରି ଦିଦି ତୁମକୁ ନିକ୍‌ଙ୍କଠାରୁ ଭଲ ବର ମିଳି ପାରି ନଥାନ୍ତା ବୋଲି ଲେଖିିଥିଲେ ।

 

Today I witnessed magic and a fairytale … When we were kids, mimi didi and I used to play “ghar ghar”. We would pretend to be shy brides, have imaginary children, and serve tea to our husbands! ?? cheesy, but its because we always believed in the magic of love and hoped we would both find that perfect man for us one day!! Today there was no pretending. I cant think of a more a perfect man for her. Like I said this morning, there are two ways of judging a human being. One – travel with them, and two, eat with them. Nick, I have done both with you. And so I know you’re perfect for her!! Love her, because she loves you like mad! Protect her, because shes strong, but a soft soul inside. I love you both and wish you all the happiness forever!!!!! HAPPY ROKA AND FUTURE WEDDING!! ??@priyankachopra @nickjonas

A post shared by Parineeti Chopra (@parineetichopra) on

“ଯେତେବେଳେ ଆମେ ଛୋଟ ଥିଲୁ ମୁଁ ଏବଂ ମିମି ଦିଦି(ପ୍ରିୟଙ୍କା ଚୋପ୍ରା) ଘର ଘର ଖେଳ ଖେଳୁଥିଲୁ । ଆମେ ବୋହୁ ହେବା ସହ ଆମ ସ୍ୱାମୀମାନଙ୍କୁ ଚା’ ପିଇବାକୁ ଦେଉଥିଲୁ । ଏହା ଆପଣଙ୍କୂୁ ଅଜୀବ ଲାଗୁଥିବ । କିନ୍ତୁ ଆମ ମାନଙ୍କୁ ଭଲ ପାଇବାର ଯାଦୁ ଉପରେ ଭରସା ଥିଲା ଏବଂ ଦିନେ ନା ଦିନେ ଆମକୁ ମିଷ୍ଟର ପର୍‌ଫେକ୍ଟ ମିଳିବ ବୋଲି ଆମେ ଜାଣିଥିଲୁ । ଆଜି ମିମି ଦିଦିଙ୍କୁ ତାଙ୍କ ମିଷ୍ଟର ପର୍‌ଫେକ୍ଟ ମିଳି ଯାଇଛି । ଜଣଙ୍କୁ ଜାଣିବା ପରେ ତାଙ୍କ ସହ ଖାଇବା ଏବଂ ଦୂର ଯାତ୍ରା କରିବା ଦରକାର । ନିକ୍‌ ମୁଁ ତୁମ ସହ ଏ ଦୁଇଟି ଜିନିଷ କରିଛି । ସେଥିପାଇଁ କହୁଛି ତୁମଠାରୁ ଅଧିକ ଭଲ ଜୀବନ ସାଥୀ ଦିଦିଙ୍କୁ ମିଳି ପାରି ନଥାନ୍ତା । ସେ ତୁମକୁ ବହୁତ ଭଲ ପାଆନ୍ତି । ତାଙ୍କର ଯତ୍ନ ନେବ । ନିର୍ବନ୍ଧର ଶୁଭେଚ୍ଛା ବୋଲି” ଲେଖି ପୋଷ୍ଟ କରିଥିଲେ ପରୀଣିତି ।

ସମ୍ବନ୍ଧିତ ଖବର