ଅଭିନେତାଭାବେ ନୂଆ ଇନିଂସ୍‌ ଆରମ୍ଭ କଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା !

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ପ୍ରଥମ ଥର ପାଇଁ ଅଭିନେତା ବନିବାକୁ ଯାଉଛନ୍ତି।‘ରାମୁ’ ନାଆଁରେ ବଲିଉଡରେ ଲୋକପ୍ରିୟ ଏହି ନିର୍ଦ୍ଦେଶକ ଅତୀତରେ ରଙ୍ଗୀଲା, ଜଙ୍ଗଲ୍‌,ଦୌଡ୍‌, ସତ୍ୟା,କଂପାନି, ସରକାର, ସରକାର ରାଜ୍‌ ଓ ସରକାର୍‌-୩ ଭଳି ବହୁ ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଏ ସବୁ ସିନେମାରେ ସେ କେବଳ ପରଦା ପଛରେ ରହିଥିଲେ। ସେ କେବେ ବି ପରଦା ଉପରକୁ ଆସି ନ ଥିଲେ।

photo-the southscope

ଏବେ ରାମ ଗୋପାଳ ବର୍ମା ଆକ୍ଟିଂ ଡେବ୍ୟୁ କରୁଛନ୍ତି। ସେ ଯେଉଁ ସିନେମାରୁ ଅଭିନେତାଭାବେ ନୂଆ ଇନିଂସ ଆରମ୍ଭ କରୁଛନ୍ତି, ତା’ର ଟାଇଟଲ୍‌ ହେଲା ‘କୋବ୍ରା’। ଏହା ଏକ ତେଲୁଗୁ ଫିଲ୍ମ। ଏହି ସିନେମାରେ ରାମ ଗୋପାଳ ବର୍ମା ଜଣେ ସିବିଆଇ ଅଧିକାରୀ ଭୂମିକାରେ ନଜର ଆସିବେ। ରାମ ଗୋପାଳ ବର୍ମାଙ୍କୁ ଏଥିପାଇଁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟୁିଇଟରରେ ଲେଖିଛନ୍ତି ‘ଅଲ୍‌ ଦି ବେଷ୍ଟ୍‍ ସରକାର!ଉଫ୍‌….ଏକ୍‌ ଔର୍‌ କଂପିଟିସିନ୍‌’।

ଏଠାରେ ସୂଚନାଯୋଗ୍ୟ ,୧୯୮୯ ମସିହାରେ ନାଗାର୍ଜୁନଙ୍କ ଅଭିନୀତ ଫିଲ୍ମ ‘ଶିବା’ରୁ ନିର୍ଦ୍ଦେଶକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ ରାମଗୋପାଳ ବର୍ମା।

ସମ୍ବନ୍ଧିତ ଖବର