ଦୁଷ୍କର୍ମ ଏବଂ ହତ୍ୟା ଧମକର କିଭଳି ପ୍ରତିକ୍ରିୟା ରଖିଲେ ରିଚା ଚଢା

ମୁମ୍ବାଇ: ବଲିଉଡ ନାୟିକା ରିଚା ଚଢାଙ୍କୁ ଟ୍ଵିଟର୍‌ ମିଳିଛି ଧମକ। ତାଙ୍କୁ ଦୁଷ୍କର୍ମ ସାଙ୍ଗକୁ ହତ୍ୟା ଧମକ ଦିଆଯାଇଛି। ଏହି ଖବର ପ୍ରସାରିତ ହେବା ପରେ ସାରା ବଲିଉଡରେ ହଟଚମଟ ଖେଳି ଯାଇଛି।
ରିଚା ଚଢା ବଲିଉଡର ଜଣେ ବୋଲ୍‌ଡ ହିରୋଇନ୍‌ ଭାବେ ବେଶ୍‌ ଜଣାଶୁଣା। ଟ୍ଵିଟର୍‌ରେ ଜଣେ ସାଧାରଣ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଲେ, ସେ ଡରିଯିବା ସ୍ୱାଭାବିକ। କିନ୍ତୁ ରିଚା ଏଥିରେ ଭୟଭୀତ ବା ବିଚଳିତ ହୋଇ ନାହାନ୍ତି, ବରଂ ଧମକ ଦେଇଥିବା ଲୋକଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପ ଏବେ ଚର୍ଚ୍ଚାରେ। ରିଚାଙ୍କୁ କେତେକ ଲୋକ ସମର୍ଥନ ବି ଦେଇଛନ୍ତି।


ରିଚା ଚଢା ଟ୍ଵିଟ୍‌ରେ ଧମକର ସ୍କ୍ରିନ୍‌ ସଟ୍‌ ଉଠାଇ ଟ୍ଵିଟର୍‌ରେ ଅଭିଯୁକ୍ତ ଉପରେ ଲଗାମ ଲଗାଇବା ଲାଗି ଘୋଷଣା କରିଥିଲେ। ରିଚା ଚଢା ଗାଳି ଦିଆଗଲେ, ‘ ମୁଁ ଟାର୍ଗେଟ୍‌ ହେଉଥିବା ଯୋଗୁଁ ମୋତେ ଗାଳି ଦିଆଗଲେ, ତାକୁ ଖାତିର କରେ ନାହିଁ। ଦେଶରେ ଏତେ ବେକାର ଅଛନ୍ତି, ଯଦି କେହି ଟଙ୍କା ନେଇ ଟ୍ଵିଟ୍‌ କରୁଛି, ତେବେ ମୁଁ ତାଙ୍କୁ ଜଜ୍‌ କରିବାକୁ ଯାଇନାହିଁ, କିନ୍ତୁ ରେପ୍‌ ଓ ହତ୍ୟାର ଧମକ? କମ୍‌ ଅନ୍‌ ଟ୍ଵିଟର୍‌ ଇଣ୍ଡିଆ।’
ରିଚା ଚଢାଙ୍କ ସମର୍ଥନରେ ପ୍ରଥମେ ଅଭିନେତ୍ରୀ ପୂଜା ଭଟ୍ଟ ସାମ୍ନାକୁ ଆସିଥିଲେ। ପୂଜା ଟ୍ଵିଟ୍‌ କରିଥିଲେ, ଟ୍ଵିଟରକୁ ଏହାର ଉତ୍ତର ଦାୟିତ୍ୱ ନେବା ଦରକାର। ସେଭଳି ଲୋକଙ୍କୁ ଏଭଳି ଖୋଲା ମଞ୍ଚ ଦିଆଯିବ ଅନୁଚିତ, ଯେଉଁମାନେ ହତ୍ୟା ଓ ଦୁଷ୍କର୍ମର ଧମକ ଦେଉଛନ୍ତି।
ଏହାଛଡା ସ୍ୱରା ଭାସ୍କର ଓ ପୁଲକିତ ସମ୍ରାଟ୍‌ଙ୍କ ଭଳି କଳାକାର ବି ରିଚାଙ୍କୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର